ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା: ବୋର୍ଡ ସଭାପତିଙ୍କୁ ଚାରି ଥର ଜେରା କଲାଣି କ୍ରାଇମବ୍ରାଞ୍ଚ

Independence

କଟକ: ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆହୁରି ଅଧିକ ଲୋକ ସମ୍ପୃକ୍ତ ଥିବା ଜଣାଯାଇଛି। ଏହି ମାମଲାରେ ଗିରଫଦାରୀ ସଂଖ୍ୟା ଆହୁରି ଵଢିଵ ବୋଲି କୁହାଯାଉଛି। ଏଣେ ଏନେଇ ବୋର୍ଡ ସଭାପତିଙ୍କୁ ଚାରି ଥର ଜେରା କଲାଣି କ୍ରାଇମବ୍ରାଞ୍ଚ। ଗିରଫ ଓ ସନ୍ଦେହରେ ଥିଵା ଅଭିଯୁକ୍ତଙ୍କ ଆର୍ଥିକ କାରବାରର ଛାନଭିନ ଚାଲିଛି ।
ସୂଚନାଯୋଗ୍ୟ, ୨୦୨୨ରେ ଓଟିଇଟି ପରୀକ୍ଷାରେ ଅନିୟମିତତା ଅଭିଯୋଗ ଉଠିଥିଲା। ଏନେଇ କିନ୍ତୁ ଵୋର୍ଡ ପକ୍ଷରୁ କୈ।ଣସି ଅଭିଯୋଗ କରାଯାଇନଥିଲା ବୋଲି କ୍ରାଇମ ବ୍ରାଞ୍ଚ ଯାଞ୍ଚ ପରେ ଜଣାପଡିଛି। ମାତ୍ର ସେତେ ବେଳେ ଅଭିଯୋଗ ହୋଇଛି ବୋଲି ବୋର୍ଡ ପକ୍ଷରୁ କୁହାଯାଇଥିଲା। ଆର୍ଥିକ କାରବାର ଦିଗକୁ ନେଇ ଯାଞ୍ଚ ଚାଲିଥିବାରୁ ପୂର୍ବରୁ ହୋଇଥିବା ଅନିୟମିତତା ତଦାନ୍ତ ପରିସରକୁ କ୍ରାଇମ ବ୍ରାଞ୍ଚ ଆଣିଛି। ସେହିପରି ଏଥର ଅନିୟମିତତାରେ ମୁଖ୍ୟ ଅଭିଯୁକ୍ତମାନଙ୍କ ଆର୍ଥିକ ଯାଞ୍ଚ କରାଯାଉଛି। ସେ ସଂପର୍କିତ ଅନେକ ଦସ୍ତାବିଜ୍ କ୍ରାଇମ ବ୍ରାଞ୍ଚ ହାତରେ ଲାଗିଛି। ସେହିପରି ଅଧିକ୍ତ ତଥ୍ୟ ଲାଗି ଦରକାର ପଡ଼ିଲେ ବୋର୍ଡ ସଭାପତିଙ୍କୁ ପୁନର୍ବାର ତଦନ୍ତ ପାଇଁ ଡକାଯିବ। ଏନେଇ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ad-week
Leave A Reply

Your email address will not be published.