ଡ୍ରଗ୍ସ କଣ୍ଟ୍ରୋଲର୍ ଅଫିସରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

youtube

ସମ୍ୱଲପୁର: ଭିଜିଲାନ୍ସ ଜାଲରେ ଡ୍ରଗ୍ସ କଣ୍ଟ୍ରୋଲର୍ ଅଫିସର୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍‌ କରିଛି ଭିଜିଲାନ୍ସ ଟିମ୍ । ଡ୍ରଗ୍ସ କଣ୍ଟ୍ରୋଲର୍ ଅଫିସର୍ ଦେବାଶିଷ ପଣ୍ଡାଙ୍କ ସମ୍ୱଲପୁର ଘର ଓ ଅଫିସ୍ ସମେତ ୭ଟି ସ୍ଥାନରେ ଚଢାଉ ଚାଲିଛି ।

ଭୁବନେଶ୍ୱରର ୪ଟି ଘର ଯଥା, ରାଜଧାନୀର ନୟାପଲ୍ଲୀ ବେହେରା ସାହିରେ ଥିବା ମେଟ୍ରୋ ସିଟିର ବ୍ଲକ୍-୫ ଫ୍ଲାଟ୍ ନଂ ୧୫, ଫ୍ଲାଟ୍ ନଂ. ୧୧-ଡି, ବ୍ଲକ-୨, ମେଟ୍ରୋସିଟି, ନୟାପଲ୍ଲୀ, ଭୁବନେଶ୍ବର । ସ୍ଥାନ ନମ୍ବର ଓୟୁ-୬୩୪, ଏସପ୍ଲାନେଡ୍, ଭୁବନେଶ୍ବର । ଫ୍ଲାଟ୍ ନମ୍ବର ୧୦୫, ବ୍ଲକ-ଡି, ପ୍ରେଷ୍ଟିଜ୍ ଆପାର୍ଟମେଣ୍ଟ, ବଳଭଦ୍ରପୁର, ଭୁବନେଶ୍ବର । ପୈତୃକ ଘର ନାଭି କଲୋନି, ଚର୍ଚ୍ଚ ରୋଡ୍, ବ୍ରହ୍ମପୁର । ଏବଂ ଶ୍ରୀ ପଣ୍ଡାଙ୍କ ଭଡ଼ା ଘର, ଡୁପ୍ଲେକ୍ସ ନମ୍ବର ଡିଏକ୍ସ-୨୯, ଗ୍ରେଟର ସମ୍ବଲପୁର, ବରେଇପାଲି, ସମ୍ବଲପୁରରେ ଚଢାଉ ଚାଲିଛି ।

ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ସମ୍ବଲପୁରଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଚଢାଉରେ ୪ ଜଣ ଡିସିପି, ୧୦ ଜଣ ଇନ୍ସପେକ୍ଟର ଓ ୪ ଜଣ ଏଏସଆଇଙ୍କ ସହ ଅନ୍ୟ କର୍ମଚାରୀ ମାନେ ସାମିଲ୍ ଅଛନ୍ତି ।

Leave A Reply

Your email address will not be published.