
ମାଲକାନଗିରି : ମାଲକାନଗିରି ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ନିଜର ଋଣ ଜାଲରେ ପକାଉଛନ୍ତି । ମାଇକ୍ରୋ ଫାଇନାଶ ମାଧ୍ୟମରେ ବ୍ୟାଙ୍କଗୁଡ଼ିକ ଆଦିବାସୀଙ୍କ ସରଳତା ନେଇ ବିଭିନ୍ନ ପ୍ରଲୋଭନ ଦେଖାଇବା ସହ ଚତୁରତାର ସହ ଲୋନ କରାଇ ଦେଉଛି । ପରବର୍ତ୍ତୀ ସମୟରେ ଗ୍ରୁପ ଲୋନ୍ ଠିକ୍ ସମୟରେ ପରିଶୋଧ ନକରିବାରୁ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଧମକ ଦେଉଛନ୍ତି ବିଭିନ୍ନ ଘରୋଇ ବ୍ୟାଙ୍କ କର୍ମଚାରୀ । ମାଲକାନଗିରି ଜିଲ୍ଲାର ଆଦିବାସୀ ମହିଳା ମାନେ ସ୍ବଂୟ ସହାୟକ ଗୋଷ୍ଠୀ ମଧ୍ୟମରେ ବିଭିନ୍ନ ବ୍ୟାଙ୍କ ଗ୍ରୁପ ଲୋନ୍ ନେଇଥିଲେ ହେଲେ ଠିକ୍ ସମୟରେ ଏହି ସବୁ ଋଣ ପରିଶୋଧ ହୋଇନଥିବା ବେଳେ ଆଦିବାସୀ ମହିଳା ମାନଙ୍କୁ ଏବେ ଧମକ ଦେଉଛନ୍ତି ବ୍ୟାଙ୍କ କର୍ମଚାରୀ । ମହିଳା ମାନଙ୍କୁ ଅସାଦ ଆଚରଣ କରିବା ସହ ଭିକ ମାଗି ଋଣ ପରିଶୋଧ କର ନଚେତ୍ ଘର ବିକି ପିଲା ଛୁଆଙ୍କୁ ବିକି ଋଣ ପରିଶୋଧ କର ବୋଲି ବ୍ୟାଙ୍କ କର୍ମଚାରୀ ଧମକ ଦେବା ପରେ ପ୍ରାୟ୩୭ ଟି ଗ୍ରାମର ଶହ ଶହ ଆଦିବାସୀ ମହିଳାମାନେ ନ୍ୟାୟ ପାଇଁ ମାଲକାନଗିରି ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ କରିଛନ୍ତି ।