ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଠାବ….

youtube

ମାଲକାନଗିରି :ମାଲକାନଗିରି ଥାନା ଅନ୍ତର୍ଗତ ଏମ ପି ଭି – ୧୨ ନିକଟସ୍ଥ ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଠାବ । ମୃତ ଯୁବକ ଏମ ପି ଭି ୧୭ ଗ୍ରାମର ଶଙ୍କର ଦାସ (୪୮)ଙ୍କ ପୁଅ ସମୀର ଦାସ (୨୨) ବୋଲି ଜଣାପଡ଼ିଛି । ମଙ୍ଗଳବାର ଦିନ ମନ୍ଦାପଲ୍ଲି ପଞ୍ଚାୟତକୁ ଚାଉଳ ଉଠାଇ ଫେରିବା ସମୟରେ ନିକଟସ୍ଥ କେନାଲ ମଧ୍ୟକୁ ଭାରସାମ୍ୟ ହରାଇ ଖସି ପଡିଥିବା ଅନୁମାନ କରାଯାଉଛି । ଦୀର୍ଘ ସମୟ ଧରି କେନାଲ ଭିତରେ ବୁଡ଼ିରହିବା ଦ୍ୱାରା ସମିରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସକାଳେ କିଛି ଗ୍ରାମବାସୀ ସେହି ରାସ୍ତାରେ ଜମିକୁ ଯିବା ସମୟରେ ମୋଟର ସାଇକେଲ ପଡିରହି ଥିବା ଦେଖିବା ସହ କିଛି ଦୂରରେ ଯୁବକଙ୍କ ମୃତ ଦେହ ଦେଖି ଗ୍ରାମବାସୀଙ୍କୁ ଜଣାଇବା ସହ ପୋଲିସକୁ ଖବର ଦେଇଥିଲେ । ଯୁବକଙ୍କ ମୃତ ଦେହ ମିଳିବା ଖବର ଗ୍ରାମରେ ପ୍ରଚାର ପରେ ସୂଚନା ପାଇ ଯୁବକଙ୍କ ପରିବାର ଲୋକେ ଘଟଣା ସ୍ଥଲରେ ପହଞ୍ଚି ଯୁବକଙ୍କୁ ଚିହ୍ନଟ କରିଥିଲେ । ଘଟଣା ସ୍ଥଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ କେଉ ପରିସ୍ଥିତିରେ ଯୁବକଙ୍କ ମୃତ୍ୟୁ ହୋଇଛି ତାହା ତଦନ୍ତ ଚଲେଇଛନ୍ତି ।

Leave A Reply

Your email address will not be published.