
ମାଲକାନଗିରି : ମାଲକାନଗିରି ବନଖଣ୍ଡର ମାଥ୍ଲି ବନାଞ୍ଚଳ ଅଧୀନ ବୁରୁଡିଗୁଡା ଆର ଏଲ ରେ ନିୟମିତ ପେଟ୍ରୋଲିଂ ସମୟରେ, ବିଭାଗୀୟ କର୍ମଚାରୀମାନେ ଦୁଇଟି ଭାଲୁ ଓ ଗୋଟିଏ ମା ଏବଂ ତାଙ୍କ ଛୁଆ – ଏକ ଫାଶରେ ଫସି ରହିଥିବା ଦେଖିଥିଲେ। ଯାହାକି ବେଆଇନ ଜଙ୍ଗଲୀ ପଶୁ ଶିକାର ପାଇଁ ଉଦ୍ଦେଶ୍ୟମୂଳକ ଭାବରେ ଖଞ୍ଜାଯାଇଥିଲା I ଖବର ପାଇବା ପରେ ମାଥିଲି ରେଞ୍ଜର କର୍ମଚାରୀମାନେ, ରାପିଡ୍ ରେସପନ୍ସ ଟିମ୍ ସହିତ, ତୁରନ୍ତ ଜରୁରୀ କାଳୀନ ଭିତ୍ତିରେ ସୁରକ୍ଷିତ ଉଦ୍ଧାର କାର୍ଯ୍ୟ ପାଇଁ ସେଠାରେ ପହଞ୍ଚିଥିଲେ। ଉଦ୍ଧାର ସମୟରେ, ମା ଏବଂ ଛୁଆ ଉଭୟଙ୍କୁ ଫାଶରୁ ମୁକ୍ତ କରିବାରେ ସଫଳ ହୋଇଥିଲା ବନବିଭାଗ । ଉଦ୍ଧାର ପରେ ମା ଏବଂ ଛୁଆ ଭାଲୁ ଦ୍ୱୟଙ୍କୁ ନିକଟସ୍ଥ ଜଙ୍ଗଲକୁ ସୁରକ୍ଷିତ ଭାବରେ ଛଡା ଯାଇଥିଲା । ଏହି ଘଟଣା ପରେ, ବନ୍ୟପ୍ରାଣୀଙ୍କ ଗତିବିଧି ଉପରେ ନିରନ୍ତର ନଜର ରଖୁବା ପାଇଁ ବନ କର୍ମଚାରୀଙ୍କୁ ଘଟଣାସ୍ଥଳରେ ନିୟୋଜିତ କରାଯାଇଛି। ଏହା ସହ ଉଦ୍ଧାର ଭାଲୁ ଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆଖପାଖ ଅଞ୍ଚଳରେ କୌଣସି ସମ୍ଭାବ୍ୟ ମନୁଷ୍ୟ ଓ ଜଙ୍ଗଲୀ ପଶୁଙ୍କ ସାମ୍ନା ସାମ୍ନିକୁ ରୋକିବା ପାଇଁ ବ୍ୟବସ୍ଥା କରାଯାଉଥିବା ଏସିଏଫ ପ୍ରିୟଙ୍କା ମହୁଆ ପ୍ରକାଶ କରିଛନ୍ତି।