
ପଟ୍ଟାମୁଣ୍ଡାଇ : ଘର ଭିତରେ ଜଳିଗଲେ ଯୁବତୀ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇଠାରେ ଘଟିଛି । ସୂଚନାନୁସାରେ କିରୋସିନ ଢାଳି ହୋଇ ଛାତ୍ରୀ ଜଣଙ୍କ ଜୀବନ ହାରିଛନ୍ତି । ତେବେ ଯୁବତୀ ଜଣକ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଥିଲେ ବୋଲି ଜଣା ପଡିଛି ।
ସେ ନିଜେ ଜୀବନ ହାରିଛନ୍ତି ନା ତାଙ୍କୁ କିଏ ଜୀବନ ହାରିବା ପାଇଁ କହିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ଏଯାଏଁ ମିଳି ନାହିଁ । କେହି ଜଣେ ତାଙ୍କୁ ବ୍ଲାକ୍ମେଲିଂ କରୁଥିଲେ ବୋଲି ଯୁବତୀଙ୍କ ବାପା ଅଭିଯୋଗ କରିଛନ୍ତି । ଘରେ କେହି ନଥିବା ସମୟରେ ଏହି ଘଟଣା ହୋଇଛି ।
ପ୍ରେମିକ ଜଣଙ୍କ ଛାତ୍ରୀଙ୍କ ଅଶ୍ଳୀଳ ଫୋଟ ଭାଇରାଲ କରିଥିବା ନେଇ ଅଭିଯୋଗ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି । ଏ ନେଇ ପୂର୍ବରୁ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଘଟଣା ଜଣାପଡିବା ପରେ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ପୁଲିସ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି ।