“ସରକାର ଆପଣଙ୍କ ପଥ ପ୍ରଦର୍ଶକ – ଆପଣଙ୍କ ଦଲିଲ, ଆପଣଙ୍କ ଅଧିକାର” ଶିବିରର ଆୟୋଜନ

youtube

ଚିତ୍ରକୋଣ୍ଡା: ଆଜି ଚିତ୍ରକୋଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଗ୍ରାମ ପଞ୍ଚାୟତ ପିଇଓ ସଞ୍ଜନା ମହାରଣା ଓ ପିରାମଳ ଫାଉଣ୍ଡେସନ ର ଗାନ୍ଧିବାଦୀ ଶ୍ରୀ ବିଶାଳ କୁମାରଙ୍କର ସହଯୋଗରେ “ସରକାର ଆପଣଙ୍କ ପଥ ପ୍ରଦର୍ଶକ – ଆପଣଙ୍କ ଦଲିଲ, ଆପଣଙ୍କ ଅଧିକାର” ଶିବିରର ଆୟୋଜନ କରାଯାଇଛି । ଏହି ଶିବିରର ଉଦ୍ଦେଶ୍ୟ ଥିଲା ଗ୍ରାମବାସୀଙ୍କୁ ଆବଶ୍ୟକୀୟ ଦଳିଲ ସେବା ଏବଂ ସରକାରୀ ଯୋଜନା ସହିତ ସଂଯୁକ୍ତ କରିବା । ଶିବିରରେ ନିଃଶୁଳ୍କ ଆଧାର କାର୍ଡ ସଂଶୋଧନ ଓ ନୂତନ ଆଧାର କାର୍ଡ ପ୍ରସ୍ତୁତି, ରାସନ କାର୍ଡ ଆବେଦନ ଓ ସଂଶୋଧନ, ଜାତି, ଆୟ ଓ ବାସିନ୍ଦା ପ୍ରମାଣପତ୍ର ପାଇଁ ଆବେଦନ, ପେନସନ ଯୋଜନା ପାଇଁ ଆବେଦନ ପରି ଗୁରୁତ୍ୱପୂର୍ଣ୍ଣ ସେବାଗୁଡ଼ିକୁ ନିଃଶୁଳ୍କ ଭାବରେ ଯୋଗାଇ ଦିଆଯାଇଛି । ଶିବିରରେ ବହୁ ସଂଖ୍ୟକ ଗ୍ରାମବାସୀ ଅଂଶଗ୍ରହଣ କରିଥିଲେ । ୧୫୦ରୁ ଉର୍ଦ୍ଧ୍ବ ଗ୍ରାମର ବୃଦ୍ଧ, ଶିଶୁ, ମା ମାନେ ଓ ଭଉଣୀମାନେ ଏହି ସୁବିଧାର ଲାଭ ନେଇଥିଲେ ଏବଂ ଏହାକୁ ଅତ୍ୟନ୍ତ ଉପଯୋଗୀ ବୋଲି ବ୍ୟାଖ୍ୟା କରିଥିଲେ । ଗାନ୍ଧୀବାଦୀ ଶ୍ରୀ ବିଶାଳ କୁମାର କହିଲେ, “ଏହି ଶିବିରର ଉଦ୍ଦେଶ୍ୟ ହେଉଛି ଗ୍ରାମୀଣ ସମୁଦାୟକୁ ତାଙ୍କର ଦଳିଲ ସମ୍ବନ୍ଧୀୟ ସମସ୍ୟାର ସମାଧାନ ଏକ ସ୍ଥାନରେ ପ୍ରଦାନ କରିବା, ଯାହାଦ୍ୱାରା ସେମାନେ ସହଜରେ ବିଭିନ୍ନ ସରକାରୀ ଯୋଜନାର ଲାଭ ନେଇପାରିବେ” ।

‎ସେ ବିଡ଼ିଓ ଶ୍ରୀମତୀ ପ୍ରିତା କୁମାର, ଜିପିଓ ହେମନ୍ତ କୁମାର ଭୂୟାଁ, ପିଇଓ ସଞ୍ଜନା ମହାରଣା ଏବଂ ଅନ୍ୟ ସମସ୍ତଙ୍କୁ ଅନୁମତି ଦେବା ଓ କାର୍ଯ୍ୟକ୍ରମ କୁ ସଫଳ କରିଥିବା ପାଇଁ ଧନ୍ୟବାଦ ଜଣାଇଥିଲେ । ଗ୍ରାମ ପଞ୍ଚାୟତ ଓ ପିରାମଲ ଫାଉଣ୍ଡେସନର ଏହି ସଂଯୁକ୍ତ ପ୍ରୟାସ ସମାଜରେ ଜାଗରୁକତା ଓ ସୁବିଧା – ଦୁଇଟିକୁ ଉନ୍ନତ କରିଛି। ସେଥିସହ ପିଇଓ ସଞ୍ଜନା ମହାରଣା କାର୍ଯ୍ୟକ୍ରମ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସଫଳ କରିଥିବା ପାଇଁ ଗାନ୍ଧିବାଦୀ ବିଶାଳ କୁମାରଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ କହିଥିଲେ ଯେ, ଆଗାମୀ ଅଗଷ୍ଟ ୧୩ ତାରିଖ ବୁଧବାର ଦିନ ପୁଣିଥରେ ଏକ ଦିନିକିଆ ଶିବିର ଟେମ୍ପୋରେରୀ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆୟୋଜିତ ହେବ ।

Leave A Reply

Your email address will not be published.