
କେଉଁଝର :ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ଅତିରିକ୍ତ ଉପଜିଲ୍ଲାପାଳ ବନ୍ଦୋବସ୍ତ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ ରେକର୍ଡ କିପର୍ ହାଡିବନ୍ଧୁ ବେହେରା । ଜଣେ ବ୍ୟକ୍ତିଙ୍କ ଠାରୁ ଅମିନ ରିପୋର୍ଟ କରି ଦେବା ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ।
ତାଙ୍କର ସରକାରୀ ଅଫିସ୍ ଓ ବାସଭବନରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ପାଟଣା ତହସିଲ୍ ଚିନାମାଳିପଶି ଗାଁର ସୁଶୀଲ୍ ମହାନ୍ତଙ୍କର ଏକ ଜମି ପାଇଁ ଅମିନ୍ ରିପୋର୍ଟ ଦେବା ପାଇଁ ହାଡ଼ିବନ୍ଧୁ ବେହେରା ଲାଞ୍ଚ ମାଗିଥିଲେ ।
ସୁଶୀଲ୍ ପ୍ରଥମେ ତାଙ୍କୁ ୨ହଜାର ଟଙ୍କା ଦେଇଥିଲେ ମଧ୍ୟ ୩ ହଜାର ଟଙ୍କା ନଦେଲେ କାମ ହେବ ନାହିଁ ବୋଲି ରୋକଠୋକ୍ ଶୁଣାଇଥିଲେ ହାଡ଼ିବନ୍ଧୁ ବେହେରା । ଆଜି ବହୁ କଷ୍ଟରେ ସୁଶୀଲ୍ ୩ହଜାର ଟଙ୍କା ଯୋଗାଡ଼ କରି ହାଡ଼ିବନ୍ଧୁଙ୍କୁ ଦେବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ ।