
ଦିଲ୍ଲୀରେ ଗୁରୁତ୍ବପୂର୍ଣ୍ଣ ଭେଟଘାଟ୍ । ଓଡ଼ିଶାରେ ରାଜନୈତିକ ଉଷ୍ଣତା । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଉଭୟ ନେତାଙ୍କ ମଧ୍ୟରେ ୱାନ ଟୁ ୱାନ ଆଲୋଚନା ହୋଇଛି । ଭେଟଘାଟ୍ ବେଳେ କଣ ଆଲୋଚନା ହେଲା ତାହା ସ୍ପଷ୍ଟ ହୋଇନାହିଁ।
ମୋଦିଙ୍କୁ ମହାପ୍ରଭୁଙ୍କ ମହାପ୍ରସାଦ ଦେଇଛନ୍ତି କେଭି । ମୋଦି-କେଭିଙ୍କ ସାକ୍ଷାତ ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ବ ବହନ କରୁଛି । ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ।
ପୂର୍ବରୁ ଦିଲ୍ଲୀରେ ଅଛନ୍ତି କେଭି ସିଂହଦେଓ । ଏହି ତିନି ହେଭିୱେଟଙ୍କ ଉପସ୍ଥିତି ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ଓ ସମ୍ପ୍ରସାରଣ ଚର୍ଚ୍ଚା ଜୋରଦାର ହୋଇଛି । ଠିକ୍ ଏତିକିବେଳେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ବ ବହନ କରୁଛି।
ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ପୂର୍ବରୁ ମୋଦିଙ୍କ କେଭିଙ୍କ ଭେଟଘାଟ୍ ଅନେକ କିଛି ଇସାରା କରୁଛି ।