ଚାକିରି ସର୍ତ୍ତାବଳୀ ପେନସନ ଦାବିରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

add-all

ମାଲକାନଗିରି : ନିଖିଳ ଓଡିଶା ୬୬୨ ବର୍ଗ ଯୁକ୍ତ ୨ ଓ ୩ ଅନୁଦାନ ପ୍ରାପ୍ତ ବେସରକାରୀ ଅଧ୍ୟାପକ ଏବଂ କର୍ମଚାରୀ ସଂଘ ପକ୍ଷରୁ ଚାକିରି ସର୍ତ୍ତାବଳୀ, ପେନସନ ଦାବିରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ସାରା ରାଜ୍ଯରେ ଏହି ଦାବିପତ୍ର ଦିଆଯାଉଥିବା ବେଳେ ରାଜ୍ୟ ସଂଘର ନିଷ୍ପତ୍ତି କ୍ରମେ ମାଲକାନଗିରି ଜିଲ୍ଲା ସଂଘ ପକ୍ଷରୁ ମଧ୍ୟ ଏହି ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ଦିଆଯାଇଛି। ତେବେ ଦୀର୍ଘ ବର୍ଷ ଧରି ଅନେକ ଅଧ୍ୟାପକ ଓ କର୍ମଚାରୀ ଚାକିରି କରି ଅବସର ନେଇଥିବା ବେଳେ ସେମାନଙ୍କୁ ଅନ୍ୟ ସରକାରୀ ଅଧ୍ୟାପକଙ୍କ ଭଳି ସରକାରୀ ସହାୟତା ପ୍ରଦାନ ଦିଆଯାଉ ନାହି। ଯାହା ଫଳରେ ସେମାନେ ନାନା ସମସ୍ଯା ଭୋଗୁଛନ୍ତି। ତେଣୁ ଏହାର ସମାଧାନ ପାଇଁ ଆଜି ଦାବିପତ୍ର ଦେବା ସହ ଛୁଟିରେ ଯାଇ ସଂଘ ଆନ୍ଦୋଳନକୁ ଆସିଥିବା ବେଳେ ସରକାର ପଦକ୍ଷେପ ନନେଲେ ଆସନ୍ତା ୧୬ ତାରିଖରେ ଭୁବନେଶ୍ବର ଠାରେ ବିରାଟ ଆନ୍ଦୋଳନ ସହ ଶିକ୍ଷା ଅନୁଷ୍ଠାନ ଗୁଡିକ ବନ୍ଦ ରହି ସଂଘ ପକ୍ଷରୁ ଚେତାବନୀ ଦଇଆଯାଇଛି।

ad-week
Leave A Reply

Your email address will not be published.