ଆହୁରି ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

add-all

ଭୁବନେଶ୍ୱର: ଆହୁରି ୫ ଦିନ ଧରି ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ ବୁଧବାର ଦିନ ସୂଚନା ଦିଆଯାଇଛି।

ଅଗଷ୍ଟ ୧୧ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ଅନେକ ଅଞ୍ଚଳରେ ଘଡଘଡି ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ପାଇଁ କେନ୍ଦୁଝର, ମୟୂରଭଞ୍ଜ ଏବଂ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ତେବେ ଏହି ସମୟରେ ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତ ଏବଂ ୩୦-୪୦ କିଲୋମିଟର ବେଗରେ ପବନ ମଧ୍ୟ ବହିପାରେ। ଏଥିସହିତ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା କୁହାଯାଇଛି।

ଅଗଷ୍ଟ ୭, ୮, ୯ରେ ଓଡ଼ିଶାର ପଶ୍ଚିମ ଭାଗରେ ୩୦-୪୦କିମି ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏଥିସହିତ ଓଡ଼ିଶାର ଉତ୍ତର ପୂର୍ବ ଅଞ୍ଚଳରେ ମଧ୍ୟ ଘଡ଼ଘଡି ସହ ବର୍ଷା ହେବା ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ତେବେ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଝାରସୁଗୁଡା, ବରଗଡ, ଦେବଗଡ, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, ସମ୍ବଲପୁର ଇତ୍ୟାଦି ସ୍ଥାନରେ ବଜ୍ରପାତ ଓ ଝଡ଼ ବର୍ଷା ସହିତ ପବନ ବହିବାର ମଧ୍ୟ ଆଶଙ୍କା କରାଯାଉଛି। ସେହିପରି ଅଗଷ୍ଟ ୯, ୧୦, ୧୧ ତାରିଖରେ ମଧ୍ୟ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି।

ad-week
Leave A Reply

Your email address will not be published.