କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

youtube

ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର ପାଟିଲଙ୍କୁ ଭେଟିଛନ୍ତି ।  ଏହି ସାକ୍ଷାତ ଆଲୋଚନା ବେଳେ ରାଜ୍ୟ ଓ କେନ୍ଦ୍ର ସମନ୍ବୟ ଉପରେ ଗୁରୁତ୍ବ, ବିକାଶମୂଳକ କାର୍ଯ୍ୟକୁ ତ୍ବରାନ୍ବିତ, ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା ବେଳେ ଭିତ୍ତିଭୂମିର ବିକାଶ, ଆଭ୍ୟନ୍ତରୀଣ ସୁରକ୍ଷା,ରାଜ୍ୟରେ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାଗୁଡିକ ସଫଳ ରୂପାୟନ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଛି ।  ଓଡିଶାର ଦ୍ରୁତ ବିକାଶ ପାଇଁ ଉଭୟ ଗୁରୁତ୍ବାରୋପ କରିଛନ୍ତି ।

ସେହିପରି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର ପାଟିଲଙ୍କ ସହ ଆଲୋଚନା ବେଳେ ଓଡିଶାର ମହାନଦୀ ଜଳ ବିବାଦ ଉପରେ ଆଲୋଚନା କରିଛନ୍ତି।  ନିକଟରେ ଓଡିଶା ମୁଖ୍ୟମନ୍ତ୍ରୀ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ମହାନଦୀ ଜଳ ବିବାଦର ଆପୋଷ ସମାଧାନ କଥା କହିଥିଲେ ।

ଉଭୟ ରାଜ୍ୟକୁ ସୁହାଇଲା ଭଳି ଏକ ସମାଧାନର ରାସ୍ତା ବାହାର କରିବା ପାଇଁ ଆଜି କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି ।  ସେହିପରି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଏଚଡି କୁମାରସ୍ବାମୀଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ଓଡିଶାରେ ଇସ୍ପାତ କ୍ଷେତ୍ରରେ ବିକାଶ, ରାଉରକେଲା ଇସ୍ପାତ କାରାଖାନାର ସମ୍ପ୍ରସାରଣ ଏବଂ ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ଉପରେ ସେ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।

ସେହିପରି ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ । ଏକ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ମୋଦୀଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମହାପ୍ରସାଦ ମଧ୍ୟ ପ୍ରଦାନ କରିଥିଲେ କନକ ବର୍ଦ୍ଧନ । ଏହା ସହ ସେ ନିଜ ପତ୍ନୀ ତଥା ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂ ଦେଓଙ୍କ ସହ ମିଶି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମଧ୍ୟ ସାକ୍ଷାତ କରିଥିଲେ ।

Leave A Reply

Your email address will not be published.