ମାଥେରାନରେ ହାତ ଟଣା ରିକ୍ସା ଉପରେ ପ୍ରତିବନ୍ଧକ ଲଗାଇଲେ ସୁପ୍ରିମକୋର୍ଟ

youtube

ମୁମ୍ବାଇ : ସୁପ୍ରିମକୋର୍ଟ ବୁଧବାର ମହାରାଷ୍ଟ୍ର ସରକାରଙ୍କୁ ମାଥେରାନରେ ୬ ମାସ ମଧ୍ୟରେ ହାତ ରିକ୍ସା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି କି ମଣିଷ ମଣିଷକୁ ଭିଡିବା ଅତି ଅମାନବୀୟ । ଭାରତ ଭଳି ଏକ ବିକାଶଶୀଳ ଦେଶରେ ଏଭଳି ଅମାନବୀୟ ପ୍ରଥାକୁ ଅନୁମତି ଦେବା ମାନବୀୟ ଗରିମାର ବିରୁଦ୍ଧ ।

ମାଥେରାନରେ ପରିବହନ ସମ୍ବନ୍ଧିତ ଅନେକ ଦିନ ଧରି ଚାଲିଥିବା ଏକ ମାମଲାରେ ଏମିତି ନିର୍ଦ୍ଦେଶ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ମାଥେରାନ ଭାରତର ସେହି ହିଲ୍ ଷ୍ଟେସନ ମଧ୍ୟରୁ ଗୋଟିଏ ଯେଉଁଠି ଯାନବାହନ ଯିବା ଆସିବା ମନା । ଏହା ସତ୍ତ୍ବେ ପ୍ରତି ବର୍ଷ ସେଠାକୁ ୮ ଲକ୍ଷ ପର୍ଯ୍ୟଟକ ଆସନ୍ତି । ସେଠାରେ ୪ ହଜାରରୁ ଅଧିକ ଅଧିବାସୀ ରୁହନ୍ତି ଏବଂ ଜୀବିକା ପାଇଁ ସେମାନେ ହାତ ଟଣା ରିକ୍ସା ଉପରେ ନିର୍ଭର କରନ୍ତି । ସୁପ୍ରିମକୋର୍ଟ ପରିବେଶକୁ ନଜରରେ ରଖି ବ୍ୟାଟେରୀ ଚାଳିକ ଇ-ରିକ୍ସାର ଉପଲବ୍ଧତା ଉପରେ ଗୁରୁତ୍ବ ଦେବା ସହ ହାତଟଣା ରିକ୍ସା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.