ହୋମଗାର୍ଡ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ

youtube

ଖୋର୍ଦ୍ଧା: ହୋମ୍‌ଗାର୍ଡ ପରୀକ୍ଷା ପାଇଁ ଆସିଥିବା ଜଣେ ପରୀକ୍ଷାର୍ଥୀଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି ।  ତରତୁଆ ରିଜର୍ଭ ପଡିଆରେ ଶାରୀରିକ ପରୀକ୍ଷା ବେଳେ ସେ ଅସୁସ୍ଥ ହୋଇପଡିଥିଲେ । ଦୌଡୁଥିବା ବେଳେ ସେ ହଠାତ୍‌ ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ । ଚିକିତ୍ସା ପାଇଁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିଲା ।  ପରେ ପରୀକ୍ଷାର୍ଥୀଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।  ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.