
ଦିଲ୍ଲୀ : ଦିଲ୍ଲୀ କସମସ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀ ଗାଡି ପହଞ୍ଚି ୧୧ଜଣଙ୍କୁ ଉଦ୍ଧାର କରାଯାଇଛି ।
ସୂଚନାନୁଯାୟୀ, ଦିଲ୍ଲୀର ଆନନ୍ଦ ବିହାରର ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା । ଏପରି ଅଘଟଣ ଦିନ ପ୍ରାୟ ୧୨ଟା ସମୟରେ ଦେଖିବାକୁ ମିଳିଥିଲା । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୭ ଜଣ ଆହତ ହୋଇଥିବା ଜଣାପଡିଛି । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ତୁରନ୍ତ ୮ଟି ଦମକଳ ଗାଡ଼ି ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିଲା । ଆହତଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ଆନନ୍ଦ ବିହାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟ ୩ ଜଣଙ୍କ ଅବସ୍ଥା ସାମାନ୍ୟ ରହିଛି । କିନ୍ତୁ ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିନାହିଁ ।
ଅନ୍ୟପଟେ ଅଗ୍ନିକାଣ୍ଡରୁ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ହସ୍ପିଟାଲର କାଚ ଭଙ୍ଗାଯାଇଥିଲା ବୋଲି ପୋଲିସ ସୂଚନା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୮ଜଣଙ୍କୁ ନିକଟସ୍ଥ ପୁଷ୍ପାଞ୍ଚଳି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହା ସହିତ ଧାରା 287/106(1) BNS (285/304A IPC) ଅନୁଯାୟୀ ଏକ ମାମଲା ରୁଜୁ କରାଯାଉଛି ।