ଆମେରିକା ମାଟିରୁ ପାକିସ୍ତାନର ଧମକ; ଭାରତର ଦୃଢ଼ ନିନ୍ଦା

add-all

ନୂଆଦିଲ୍ଲୀ: ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନିର ଆମେରିକା ମାଟିରୁ ଦେଇଥିବା ପରମାଣୁ ଧମକକୁ ନେଇ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଭାରତ କେବଳ ପାକିସ୍ତାନକୁ ନୁହେଁ, ଆମେରିକାକୁ ବି ତା’ ଅସଲ ଚେହେରା ଦେଖାଇଛି।

ମୁନିରର ଧମକ ଉପରେ ବିଦେଶ ମନ୍ତ୍ରଣାଳୟ ବିବୃତି ଜାରି କରି କହିଛି ଯେ, ପରମାଣୁ ଧମକ ଦେବା ପାକିସ୍ତାନର ପୁରୁଣା ଅଭ୍ୟାସ। ଅନ୍ତର୍ଜାତୀୟ ସମୁଦାୟ ପାକିସ୍ତାନର ଏପରି ଦାୟିତ୍ଵହୀନ ମନ୍ତବ୍ୟ ଉପରେ ଧ୍ୟାନ ଦେଇ ତାହାର ନିଷ୍କର୍ସ ବାହାର କରିପାରିବେ। ପାକିସ୍ତାନ କେବଳ ଆଞ୍ଚଳ ସୁରକ୍ଷା ନୁହେଁ, ବରଂ ବୈଶ୍ଵିକ ସୁରକ୍ଷା ପାଇଁ ବି ବିପଦ।

ମନ୍ତ୍ରଣାଳୟ ଆହୁରି କହିଛି ଯେ, ଏହା ଅତ୍ୟନ୍ତ ଦୁଃଖଦାୟକ ଯେ ପାକିସ୍ତାନର ଏପରି ମନ୍ତବ୍ୟ ଏକ ମିତ୍ର ରାଷ୍ଟ୍ରର ମାଟିରୁ ଦିଆଯାଇଛି। ଭାରତ ପୂର୍ବରୁ ସ୍ପଷ୍ଟ କରିସାରିଛି ଯେ, ଏହା ପରମାଣୁ ବ୍ଲାକମେଲିଂକୁ ବରଦାସ୍ତ କରିବ ନାହିଁ। ଆମେ ଆମ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଯଥାସମ୍ଭବ ପଦକ୍ଷେପ ନେବୁ।

ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଯେତେବେଳେ ଆମେରିକା ପାକିସ୍ତାନୀ ସେନାର ସହାୟତା କରୁଛି, ସେତେବେଳେ ପାକିସ୍ତାନ ନିଜର ଅସଲ ରୂପ ଦେଖାଉଛି। ଏହା ସ୍ପଷ୍ଟ ରୂପେ ଦର୍ଶାଉଛି ଯେ ପାକିସ୍ତାନରେ ଗଣତନ୍ତ୍ର ନାହିଁ। ସେଠା​‌ରେ ସେନା ହିଁ ସବୁକିଛି ନିୟନ୍ତ୍ରଣ କରୁଛି। ପାକିସ୍ତାନ ଭଳି ରାଷ୍ଟ୍ର ହାତରେ ପରମାଣୁ ଅସ୍ତ୍ର ରହିବା ବହୁତ ବିପଜ୍ଜନକ।

ad-week
Leave A Reply

Your email address will not be published.