
ମୁମ୍ବାଇ: ନଭି ମୁମ୍ବାଇର ନେରୁଲ ସ୍ଥିତ ଏକ ହସପିଟାଲରେ ନିଆଁ ଲାଗିଯାଇଛି । ହସପିଟାଲର ୩ୟ ମହଲାରେ ନିଆଁ ଲାଗିବା ଯୋଗୁଁ ଅନେକ ରୋଗୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଘଟଣା ବିଷୟରେ ସୂଚନା ପାଇ ଦମକଳ ଟିମ୍ ନିଆଁକୁ ଆୟତ୍ତ କରୁଛି । ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ନିଆଁ ଲାଗିବା ସମୟରେ ୩ୟ ମହଲାରେ ୨୧ ଜଣ ରୋଗୀ ଥିଲେ । ସମସ୍ତଙ୍କୁ ଅନ୍ୟ ଏକ ହସପିଟାଲରେ ଭର୍ତ୍ତି କରାଯାଇଛି ।
ଖବର ମୁତାବକ, ନଭି ମୁମ୍ବାଇର ନେରୁଲ ସ୍ଥିତ ସୁଶ୍ରୁଷା ହସପିଟାଲରେ ୩ୟ ମହଲାରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିଥିବା ବେଳେ ୩ୟ ମହଲାରେ ୨୧ ଜଣ ରୋଗୀ ରହିଥିଲେ । ଆଇସିୟୁରେ ୪ ଜଣ ରୋଗୀ ରହିଥିଲେ । ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଅନ୍ୟହସପିଟାଲକୁ ପଠାଯାଇଛି । ଘଟଣା ବିଷୟରେ ସୂଚନା ପାଇ ଦମକଳ ଟିମ୍ ନିଆଁକୁ ଆୟତ୍ତ କରୁଛି । ଦମକଳ ବାହିନୀର ୫ଟି ଗାଡି ଘଟଣା ସ୍ଥଳରେ ନିଆଁ ଲିଭାଉଛି ।
ତେବେ ନିଆଁରେ ସଂପୂର୍ଣ୍ଣ ବେସମେଣ୍ଟ ଜଳିଯାଇଛି । ନିଆଁ ଧୂଆଁ ଅନ୍ୟ ବିଲିଡିଂକୁ ବ୍ୟାପିଯାଇଛି । ନିଆଁ ଲାଗିବାର କାରଣ ଜଣାପଡିନାହିଁ । ଯାହାର ଏବେ ଯାଞ୍ଚ କରାଯାଉଛି ।