ଓଡ଼ଗାଁ ସମବାୟ ବ୍ୟାଙ୍କ ପ୍ରାଥମିକ କୃଷି ସମବାୟ ସମିତି ସଭାପତି ମାନଙ୍କର ଜରୁରୀ କାଳୀନ ବୈଠକ

add-all

ନୟାଗଡ଼ : ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଏକ ପ୍ରକାର ଦେବାଳିଆ ଅବସ୍ଥାରେ ପହଞ୍ଚିଥିବା ବେଳେ ସମବାୟ ସମିତି ସ୍ତରରୁ ଏଥିରୁ ବର୍ତ୍ତିବାକୁ ଉଦ୍ୟମ କରାଯାଇଛି । ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ଅନ୍ତର୍ଗତ ଓଡ଼ଗାଁ ଶାଖା ସମସ୍ତ ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ମାନଙ୍କୁ ନେଇ ଏକ ଜରୁରୀ କାଳୀନ ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ନିତ୍ୟାନନ୍ଦ ପ୍ରଧାନଙ୍କ ସଭାପତିତ୍ବରେ ଓଡ଼ଗାଁ ସ୍ଥିତ ‘ମୋ ପରିବାର’ ଅନୁଷ୍ଠାନ ର ସଭାଗୃହରେ ଆୟୋଜିତ ହୋଇଛି। ଓଡ଼ଗାଁ ପ୍ରାଥମିକ କୃଷି ସମବାୟ ସମିତି ପରିଚାଳନା କମିଟି ସମ୍ପୂର୍ଣ ଭାବେ ଭାଙ୍ଗି ଯାଇଥିବା ବେଳେ ଓଡ଼ଗାଁ ବ୍ୟତିରକେ ୨ ସଭାପତି ଅନୁପସ୍ଥିତ ଥିବା ବେଳେ ୧୫ ଜଣ ସମବାୟ ସମିତି ସଭାପତି ଏହି ବୈଠକରେ ଉପସ୍ଥିତ ଥିଲେ । ଏହି ବୈଠକରେ କୁରାଳ ସମିତି ସଭାପତି କାହ୍ନୁ ଚରଣ ପଣ୍ଡାଙ୍କୁ ଓଡ଼ଗାଁ କେନ୍ଦ୍ର ବ୍ୟାଙ୍କ ଶାଖାର ସମବାୟ ସମିତି ସଭାପତି ସମୂହଙ୍କ ସଭାପତି ଭାବେ ମନୋନୀତ କରାଯାଇଛି ।ସମବାୟ ବ୍ୟାଙ୍କର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ପ୍ରତ୍ୟେକ ସମିତିର ସମସ୍ୟାକୁ ମିଳିମିଶି ସମାଧାନ କରିବାକୁ ନିଷ୍ପତି ଗ୍ରହଣ କରିବା ସହିତ ପ୍ରତି ମାସରେ ସଭାପତି ସଂଘର ଭ୍ରାମ୍ୟମାଣ ବୈଠକ କରାଯାଇ ସମସ୍ୟା ଗୁଡ଼ିକର ସମାଧାନ କରିବାକୁ ସ୍ଥିର ନିଷ୍ପତି ଗ୍ରହଣ କରାଯାଇଛି ବୋଲି ନିର୍ଦ୍ଦେଶକ ନିତ୍ୟାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.