
ପାରାଦୀପ : ଅନଲାଇନ ପ୍ରେମର ଏକ କରୁଣ ଦୃଶ୍ୟକୁ ନେଇ ଏରସମା ବ୍ଲକ୍ ବଳେଇପୁର ପଞ୍ଚାୟତ ନିକଟ ତାନ୍ତେଇ ଅଞ୍ଚଳରେ ଚାଞ୍ଚଲ୍ୟ । ଜଣେ ଯୁବତୀଙ୍କ ବେକ କାଟିଦେଲା ଯୁବକ । ମୋବାଇଲରୁ ଉଭୟଙ୍କ ମଧ୍ୟରେ ଗଢିଉଠିଥିଲା ପ୍ରେମ ସମ୍ପର୍କ । ଆଜି ଯୁବକ ଜଣଙ୍କ ଯୁବତୀଙ୍କୁ ଭେଟିବାକୁ ଆସିଥିଲା। ଉଭୟ କଥା ହେଉଥିବା ବେଳେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ହୋଇଥିଲା ଯୁକ୍ତି ତର୍କ ।
ଫଳରେ ଉତ୍ୟକ୍ତ ଯୁବକ ଜଣକ କୌଣସି ଧାରୁଆ ଅସ୍ତ୍ରରେ ଯୁବତୀଙ୍କ ବେକ କାଟି ଦେଇଥିଲା । ଯୁବତୀ ଜଣଙ୍କ ରାସ୍ତା କଡ଼ରେ ପଡ଼ି ଚିତ୍କାର କରିବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ପ୍ରଥମେ କୁଜଙ୍ଗ ମେଡିକାଲ ଓ ପରେ ଯୁବତୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଯୁବକକୁ କୁଜଙ୍ଗ ଥାନାରେ ଅଟକ ରଖାଯାଇଛି । ଯୁବକର ଘର ବ୍ରହ୍ମପୁର ଅଞ୍ଚଳରେ ବୋଲି ସୂଚନା ମିଳିଛି ।