
ସମ୍ବଲପୁର : ବୁଢାରାଜା ୟୁପି ସ୍କୁଲରେ ଅଘଟଣ l ଷଷ୍ଠ ଶ୍ରେଣୀର ଜଣେ ଛାତ୍ରଙ୍କ ଉପରେ ଲୁହା ପଡିବାରୁ ତାଙ୍କର ମୃତ୍ୟୁ ଘଟିଛି l ରେଳ ବିଭାଗର ଏକ ବଡ଼ ଲୁହା ଖଣ୍ଡ ପଡିଯିବାରୁ ଛାତ୍ରଙ୍କର ମୃତ୍ୟୁ ହୋଇଛି l ମୃତ ଛାତ୍ର ଜଣକ ହେଉଛନ୍ତି ଦିପୁ ୟାଦବ l
ସ୍କୁଲରେ ପାଠ ପଢା ସମୟରେ ସେ ପରିଶ୍ରା ପାଇଁ ବାହାରକୁ ଯାଇଥିବା ସମୟରେ ଅଘଟଣ ଘଟିଛି l ପାଖରେ ରେଳ ଲାଇନ ଥିବାବେଳେ ଏକ ଲୁହା ପୋଲକୁ କାଟୁଥିଲେ ଶ୍ରମିକ l ଲୁହାଟି ଛିଟିକି ପଡି ସ୍କୁଲ ଭିତରେ ପଡିଥିଲା l
ଯାହାଫଳରେ ଛାତ୍ରଙ୍କ ମୁଣ୍ଡରେ ପଡିବା ପରେ ଗୁରୁତର ଆହତ ହୋଇଥିଲେ l ତାଙ୍କୁ ତୁରନ୍ତ ମେଡିକାଲ ଆଣିଥିଲେ l ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l ଛାତ୍ରଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖିବାକୁ ମିଳିଥିଲା l