ପ୍ରେମ ପାଇଁ ବଳଦ ଦଣ୍ଡ, ଦମ୍ପତିଙ୍କୁ ଗାଁ ଦାଣ୍ଡରେ ହଳ ବୁଲାଇଲେ ଗ୍ରାମବାସୀ

add-all

କୋରାପୁଟ : ପୁଣି ମଣିଷଙ୍କୁ ବଳଦ ଦଣ୍ଡ। ସଂପର୍କରେ ବିବାହ ଯୋଗୁଁ ଦଣ୍ଡିତ କଲେ ଗାଁ ଲୋକ। ପ୍ରେମ ପାଇଁ ବଳଦ ଦଣ୍ଡର ଏହି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ବନ୍ଧୁଗାଁ ବ୍ଳକ ଚିଡ଼ି ୱାଲସା ଗାଁରେ ।  ସଂପର୍କୀୟ ଭାଇ ଭଉଣୀ ବାହା ହେବାରୁ କଙ୍ଗାରୁ କୋର୍ଟରେ ଦଣ୍ଡ ଦେଇଛନ୍ତି ଗାଁ ଲୋକ।

ସ୍ବାମୀ ସ୍ତ୍ରୀଙ୍କୁ କାନ୍ଧରେ ଜୁଆଳି ପକାଇ ଗାଁ ଦାଣ୍ଡରେ ହଳ ବୁଲାଇଥିଲେ।  ସ୍ଥାନୀୟ ଲୋକଙ୍କ କହିବା କଥା, ହଳ କରିବା ଅର୍ଥ ମାଟି ମାଆକୁ କ୍ଷମା ପ୍ରାର୍ଥନା କରିବା ଏବଂ ନିଜକୁ ଶୁଦ୍ଧି କରିବା ।  ଏଭଳି ନକଲେ ଅପାଳକ ହେବ ବୋଲି ଗାଁ ଲୋକଙ୍କ ବିଶ୍ବାସ ରହିଛି।

ଗତ କିଛି ଦିନ ଭିତରେ ଏଭଳି ଏକାଧିକ ଘଟଣା ସାମ୍ନାକୁ ଆସିଲାଣି।  କିଛି ଦିନ ତଳେ ରାୟଗଡ଼ାରେ ପିଇସି -ପୁତୁରା ବିବାହ କରିଥିବାରୁ ତାଙ୍କୁ ଲଙ୍ଗଳ ଯୋଟି ହଳ ବୁଲାଇଥିଲେ ଗାଁ ଲୋକ ।

ad-week
Leave A Reply

Your email address will not be published.