ଆଉ ଜଣେ ନାବାଳିକାଙ୍କ ଆତ୍ମାହୁତି

youtube

ବରଗଡ଼ : ଆଉ ଜଣେ ନାବାଳିକାଙ୍କ ଆତ୍ମାହୁତି।  ପେଟ୍ରୋଲ ଢାଳି ନିଜକୁ ଜାଳିଦେଲେ ନାବାଳିକା ।  ଫୁଟବଲ ପଡ଼ିଆରୁ ଅର୍ଦ୍ଧଦଗ୍ଧ ନାବାଳିକା ଠାବ। ବରଗଡ଼ ଗାଏସିଲଟ ଥାନା ଫିରିଙ୍ଗିମାଲ ଗାଁରେ ଚାଞ୍ଚଲ୍ୟ। ଗୁରୁତର ଅବସ୍ଥାରେ ଫୁଟବଲ୍ ପଡ଼ିଆରୁ ଛାତ୍ରୀ ଉଦ୍ଧାର କରାଯାଇଥଲା|

ଛାତ୍ରୀ ଜଣକ ମାମୁ ଘରେ ରହି ୮ମ ଶ୍ରେଣୀରେ ପାଠ ପଢ଼ୁଥିଲେ ।  କେମିତି ନାବାଳିକା ଜଳିଗଲେ କାରଣ ଅସ୍ପଷ୍ଟ ରହିଛି।  ନିଜେ ଜଳିଯାଇଛନ୍ତି ନା ତାଙ୍କୁ କିଏ ଜାଳିଦେଇଛି ସେନେଇ କାରଣ ଅସ୍ପଷ୍ଟ ରହିଛି। ଗୁରୁତର ଅବସ୍ଥାରେ ନାବାଳିକା ଜଣଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତ| ଆତ୍ମାହୁତି ନା କେହି ଜାଳି ଦେଇଛନ୍ତି, ତଦନ୍ତ କରୁଛି ପୋଲିସ । ସୂଚନାଯୋଗ୍ୟ, ବରଗଡ ଜିଲା ଗାଇସିଲେଟ ଥାନା ଫିରଙ୍ଗିମାଲ ଗାଁରେ ଏହି ଅଘଟଣ ଘଟିଥିଲା ।  ପୁଣି ଜଣେ ନାବାଳିକା ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ। ଫୁଟବଲ ପଡିଆରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଠାବ କରାଯାଇ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ପଠାଯାଇଥିଲା । କେଉଁ କାରଣ ପାଇଁ ସେ ଏଭଳି ପଦକ୍ଷେପ ଗ୍ରହଣ କଲେ ତାହା ଜଣାପଡିନାହିଁ ।

Leave A Reply

Your email address will not be published.