
କାଲିମେଳା : ରାଜ୍ୟ ଓ କେନ୍ଦ୍ର ସରକାର ଲୋକଙ୍କୁ ଗମନା ଗମନ ସୁବିଧା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରୁଛନ୍ତି । ହେଲେ କିଛି ଦୁର୍ନୀତି ଖୋର ଠିକାଦାରଙ୍କ ଦ୍ବାରା ନିମ୍ନ ମାନର ରାସ୍ତା କାର୍ଯ୍ୟ କରି ସରକାରୀ ଅର୍ଥ ହରିଲୁଟ ପାଇଁ ରୀତିମତ ଯୋଜନା ଚାଲିଥିବା ଅଭିଯୋଗ ହୋଇଛି । ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ୨ ଅଧିନରେ ଏମ ଏମ ରୋଡ ଠାରୁ ଭାୟା ଏମ ଭି ୬୫ ହୋଇ ମାନ୍ଦାପଲ୍ଲି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଚାଲିଛି । ବର୍ତ୍ତମାନ ଏହି ରାସ୍ତାର ଡୁଡ଼ିମେଟଲା ଗ୍ରାମ ଠାରେ ଗାର୍ଡୱାଲ କାମ ହେଉଛି । ତେବେ ଏହି କାମ ରେ ଠିକାଦାରଙ୍କ ପକ୍ଷରୁ ନିମ୍ନ ମାନର ମାଟି ମିଶା ମେଟାଲ ବ୍ୟବହାର ହେଉଥିବା ଦେଖିବାକୁ ମିଳିଛି । ଯାହାକି ଗାର୍ଡୱାଲ ସ୍ଥାଇତ୍ୟ ନେଇ ପ୍ରଶ୍ନ ବାଚି ସୃଷ୍ଟି କରିଛି । ନିମ୍ନ ମାନର କାମ ଚାଲିଥିବା ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ଶ୍ରୀ ସେଠୀଙ୍କୁ ଯୋଗାଯୋଗ କରିବାରୁ ଅଭିଯୋଗ ପାଇବା ପରେ ମୁଁ ଯାଇ ଠିକାଦାରଙ୍କୁ ନିମ୍ନ ମାନର ମେଟାଲ ଉଠାଇ କ୍ରସର୍ ମେଟାଲ ଆଣି କାମ କରିବାକୁ କହିଥିବା ପ୍ରକାଶ କରିଥିଲେ ।