ଗୁଣି ସନ୍ଦେହରେ ଯୁବତୀକୁ ଉଲଗ୍ନ କରି ମାଡ଼, ଗାଁରେ ଉତ୍ତେଜନା

youtube

ଯାଜପୁର :  ଏବେ ଵି ଲୋକେ ଅନ୍ଧବିଶ୍ୱାସର ବଶିବର୍ତ୍ତୀ ।  ଗୁଣି ଗାରେଡି ଵା ହୁକୁମ ଦ୍ୱାରା ଲୋକ ଭଲ ହେବା ଆଶାରେ ଠାକୁରାଣୀ ଵା କୌଣସି ବାବା ମାତାଙ୍କ ନିକଟରେ ଅଧିଆ ପଡୁଛନ୍ତି । ତେବେ ଗୁଣି ଗାରେଡି ସନ୍ଦେହରେ ଯୁବତୀକୁ ରାସ୍ତା ଉପରେ ଉଲଗ୍ନ କରି ମାଡ଼ ।  କେବଳ ସେତିକି ନୁହେଁ ଯୁବତୀର ବାପା ଓ ଅନ୍ୟ ଜଣେ ନାବାଳିକାଙ୍କୁ ଵି ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି ।

ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ପନ୍ତୁରୀ ଗ୍ରାମରେ । ଏଠାରେ ଦୀର୍ଘ ଦିନ ହେବ ମା’ ମଙ୍ଗଳାଙ୍କ ନିକଟରେ ଗ୍ରାମର ସୁବାଷ ଦେଉରି (ବାବା) ଓ ତାଙ୍କ ପତ୍ନୀ ଗେଡି ଦେଉରି (ମାତା) ଲୋକଙ୍କୁ ଝଡ଼ାଝଡି କରିଥାନ୍ତି ।  ଲୋକେ ମଧ୍ୟ ଏମାନଙ୍କ ଉପରେ ବିଶ୍ୱାସ କରି ପାଖକୁ ଆସିଥାନ୍ତି ।  ତେବେ ଆଜି ଗ୍ରାମର କମଳି ଲେଙ୍କାଙ୍କ ଝିଅ କୌଣସି କାରଣରୁ ତା ଦେହ ଭଲ ନଥିବାରୁ ପରିବାର ଲୋକେ ବାବାଙ୍କ ନିକଟକୁ ଝାଡ଼ିବାକୁ ଆଣିଥିଲେ ।

ତେବେ ଅତି ଅମାନୁଷିକ ଭାବେ ଯୁବତୀକୁ ରାସ୍ତା ଉପରେ ଉଲଗ୍ନ କରି ମାଡ଼ ମରାଯାଇଥିଲା ।  ଏହା ଦେଖି ଯୁବତୀର ବାପା ପ୍ରତିବାଦ କରିବାରୁ ତାଙ୍କୁ ଏବଂ ଝାଡ଼ି ହେବାକୁ ଆସିଥିବା ଅନ୍ୟ ଜଣେ ନାବାଳିକାକୁ ମଧ୍ୟ ମାଡ଼ ମରାଯାଇଥିଵା ଅଭିଯୋଗ ହୋଇଛି ।  ଏହା ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା ।  ଏନେଇ ଗ୍ରାମବାସୀ ଜେନାପୁର ପୋଲିସକୁ ଖବର ଦେଇଥିଲେ ।  ଖବର ପାଇ ପୋଲିସ ଗାଁରେ ପହଞ୍ଚି ସମ୍ପୃକ୍ତ ବାବା, ମାତା ସହ ଅନ୍ୟ ଜଣେ ମହିଳାଙ୍କୁ ଥାନାକୁ ନେଇଛି ।

ଏପଟେ ମାଡ଼ ଖାଇଥିବା ଯୁବତୀ, ନାବାଳିକା ଓ ତାଙ୍କ ବାପା ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଗାଁରେ ଚାଲିଥିବା ପୂଜାପାଠକୁ ବନ୍ଦ କରିବା ସହ ଏଭଳି ଠକ ବାବା ଓ ମାତାଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.