ଆମେରିକା ଇସାରାରେ ପାକିସ୍ତାନ…ସ୍ବୀକାର କରିବ କି ଡ୍ରାଗନ ?

add-all

ନୂଆଦିଲ୍ଲୀ: ଚୀନର ସବୁଦିନିଆ ବନ୍ଧୁ ସାଜିଥିବା ପାକିସ୍ତାନ ଏବେ ଆମେରିକା ଇସାରାରେ ଚାଲିଛି। ଯେଉଁ ପାକିସ୍ତାନର ସେନା ଦିନେ ଆମେରିକାର ସବୁଠୁ ବଡ଼ ଶତ୍ରୁ ଲାଦେନକୁ ଲୁଚାଇ ରଖିଥିଲା, ସେଇ ଦେଶର ସେନା ମୁଖ୍ୟ ଏବେ ଟ୍ରମ୍ପଙ୍କ ଅତିଥୀ। ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ପାକ୍ ସେନାମୁଖ୍ୟ ଅସିମ ମୁନିରଙ୍କ ବ୍ରୋମାନ୍ସ ଏବେ ସାରା ବିଶ୍ବରେ ଚର୍ଚ୍ଚା ବଢାଇଛି। ଅପରେସନ୍ ସିନ୍ଦୂର ପରେ ଦୁଇ ଥର ଆମେରିକା ଯାଇଛନ୍ତି ମୁନିର। ପାକିସ୍ତାନର ନିର୍ବାଚିତ ସରକାରଙ୍କଠାରୁ ଅଧିକ ସେନା ମୁଖ୍ୟଙ୍କ ସହ ସଂପର୍କ ସ୍ଥାପନରେ ଲାଗିଛି ଆମେରିକା। ଏହା ମଧ୍ୟରେ ପାକିସ୍ତାନର ଆଇରନ ବ୍ରଦର ଚୀନ ସହ ସଂପର୍କ କିଭଳି ରହିବ, ତାକୁ ନେଇ ଚର୍ଚ୍ଚା ହେଉଛି। ପାକିସ୍ତାନର ନୂଆ ବସ୍ ଆମେରିକାକୁ ସ୍ବୀକାର କରିବ କି ଡ୍ରାଗନ?

ସରପ୍ରାଇଜ ସହଯୋଗୀ ପାକିସ୍ତାନ

ପାକିସ୍ତାନକୁ ନେଇ ଟ୍ରମ୍ପଙ୍କ ରଣନୀତିରେ ୟୁଟର୍ଣ୍ଣ ଦେଖିବାକୁ ମିଳିଛି। ନିଜ ପ୍ରଥମ କାର୍ଯ୍ୟକାଳରେ ପାକିସ୍ତାନକୁ ନେଇ ଭିନ୍ନ ଆଭିମୁଖ୍ୟ ରଖିଥିବା ଟ୍ରମ୍ପଙ୍କ ରଣନୀତିରେ, ଏଥର ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଦେଖିବାକୁ ମିଳିଛି। ପୂର୍ବ କାର୍ଯ୍ୟକାଳରେ ପାକିସ୍ତାନକୁ ମିଳୁଥିବା ଆର୍ଥିକ ସହାୟତା ଉପରେ ରୋକ୍ ଲଗାଇଥିବା ଟ୍ରମ୍ପ ଏଥର ପାକିସ୍ତାନୀ ସାମଗ୍ରୀ ଉପରେ 29ପ୍ରତିଶତ ଟାରିଫ କମାଇ 19ପ୍ରତିଶତ କରିଛନ୍ତି। ଖାଲି ସେତିକି ନୁହେଁ ତେଲ ଖନନକୁ ଆଗକୁ ନେବାକୁ ବି ଘୋଷଣା କରିଛନ୍ତି। ଟ୍ରମ୍ପଙ୍କ ଏହି ନୀତିକୁ ଚୀନକୁ ଘେରିବା ସହ ମଧ୍ୟପ୍ରାଚ୍ୟରେ ଇରାନର ପ୍ରଭାବ କମ୍ କରିବା ରଣନୀତି ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ବିଶେଷଜ୍ଞ।

କଣ କହୁଛି ଚୀନ୍?

ad-week
Leave A Reply

Your email address will not be published.