ପ୍ରଶାସନିକ ଉଦାସୀନତା: ବିପଦସଙ୍କୁଳ ଅବସ୍ଥାରେ ବାଲିମେଳା ଡ୍ୟାମ

youtube

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ବାଲିମେଳା ଜଳଭଣ୍ଡାର ର ଡାଇକ-୧ ଡ୍ୟାମ ରେ ହୋଇଥିବା ପଥର ପିଚିଂ ର ପଥର ଗୁଡ଼ିକ ବାହାରି ଏଣେତେଣେ ପଡ଼ିଛି । ପଥର ଗୁଡ଼ିକ ବାହାରିଯିବା ଫଳରେ ପାଣି ପଶି ମାଟି ଧସେଇ ଯିବାର ସମ୍ଭାବନା ରହିଛି ଏବଂ ଉପର ଆଡକୁ ଥିବା ଅନ୍ୟ ପଥର ସବୁ ଖସି ଯିବାର ଭୟ ରହୁଛି । ଏହା ସହିତ ଗେଟଶାଫ୍ଟ ଟି ମଧ୍ୟ ଅଣଦେଖା ଅବସ୍ଥାରେ ପଡ଼ି ରହିଛି । ଗେଟଶାଫ୍ଟ ଭିତରକୁ ଯିବା ଗେଟ ଟି ସବୁବେଳେ ଖୋଲା ଅବସ୍ଥାରେ ରହୁଛି ଏବଂ ଭିତରେ ଥିବା ଘର ର ଗେଟ ମଧ୍ୟ ଖୋଲା ରହୁଛି ଯାହାକି ଅନୈତିକ କାର୍ଯ୍ୟ ପାଇଁ ସୁହାଉଛି । ଏକଦା ଏହି ଜାଗା ଟିରେ ସୁନ୍ଦର ପାର୍କ ଥିବା ବେଳେ ବାହାରୁ ଦେଖିବା ପାଇଁ ଲୋକେ ଆସୁଥିଲେ । ବର୍ତ୍ତମାନ କିନ୍ତୁ ଏହି ଜାଗାଟି ଭୟ ସୃଷ୍ଟି କରୁଛି । ଏହାର ସୁରକ୍ଷା ନିମନ୍ତେ କୌଣସି ସିକ୍ୟୁରୀଟି ଗାର୍ଡ ମଧ୍ୟ ଦିଆ ଯାଇନାହିଁ । ଏଭଳି ଅବ୍ୟବସ୍ଥା ଭିତରେ ଚାଲିଛି ଏହି ମାଟି ବନ୍ଧ ଯୋଜନା । ସରକାରଙ୍କ ବହୁଳ ରାଜସ୍ୱ ସଂଗ୍ରହ କରୁଥିବା ଏହି ପ୍ରକଳ୍ପ ଆଜି ସରକାରଙ୍କ ଆଢୁଆଳରେ ପଡ଼ି ରହିଛି । ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀ ସବୁ ଦେଖି ସୁଦ୍ଧା ଅଣଦେଖା କରୁଥିବା ନେଇ ସ୍ଥାନୀୟ ଲୋକେ ମତ ଦେଇଛନ୍ତି । ନିର୍ବାହୀ ଯନ୍ତ୍ରୀ ବହୁ ସମୟ ଅଫିସରୁ ବାହାରେ ରହିଥିବା ଯୋଗୁଁ ସମସ୍ତ କର୍ମଚାରୀ ଅବହେଳିତ ଭାବେ କାର୍ଯ୍ୟ ଚାଲୁଛି । କୌଣସି ବ୍ୟକ୍ତି କିଛି କାର୍ଯ୍ୟ ନେଇ ନିର୍ବାହୀ ଯନ୍ତ୍ରୀ ଙ୍କୁ ଭେଟିବା ପାଇଁ ଗଲାବେଳେ ପ୍ରାୟ ଅନୁପସ୍ଥିତ ରହୁଥିବାରୁ ଲୋକେ ବାରମ୍ବାର ଆସୁଥିବା ପରେ ସୁଦ୍ଧା କାମ ହୋଇ ପାରୁନାହିଁ । ତଳିଆ କର୍ମଚାରୀ ଏଠାରେ ନିଜ ଅନୁସାରେ କାମ ତୁଲାଉଛନ୍ତି । ଏହା ଉପରେ ପ୍ରଶାସନ ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ସରକାରଙ୍କ ଏକ ବହୁମୂଲ୍ୟ ପ୍ରକଳ୍ପ ଠିକ ରୂପେ ରକ୍ଷଣାବେକ୍ଷଣ ହୋଇ ପାରିବ ।

Leave A Reply

Your email address will not be published.