ଗଞ୍ଜାମ ଜିଲ୍ଲାରେ ମୁଣ୍ଡ ଗଡ଼ିବା ସିଲସିଲା ଜାରି, ପୋଲିସ ହେଲାଣି ନାକେଦମ….!

add-all

ରମ୍ଭା ଥାନା ଅଞ୍ଚଳ ରେ ପୁଣି ଏକ ମୁଣ୍ଡ ଗଡ଼ିଲା…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣ ରେ ଅପରାଧି ଗୋଷ୍ଠି ସକ୍ରିୟ ହେବା ସହ ମୁଣ୍ଡ ଗଡ଼ିବା ସିଲ ସିଲା ଜାରି ରହିଛି। ରମ୍ଭା ଥାନା ଇଲାକାର ରେଡ଼ି. ବାହାଡାପଲ୍ଲୀ ଗ୍ରାମର ଅଭି ପ୍ରଧାନଙ୍କୁ ବାଇକ ରେ ଯାଉଥିବା ବେଳେ ଖଣ୍ଡାରେ ହାଣି ହତ୍ୟା କରାଯାଇଛି।ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।ଖଲ୍ଲିକୋଟ ଓ ରମ୍ଭା ରେଳ ଷ୍ଟେସନ ନିକଟରେ ଚଳିତ ମାସରେ ଦୁଇ ଦୁଇଟି ହତ୍ୟା କାଣ୍ଡ ଘଟିଛି। ତିନି ତାରିଖ ଦିନ ସେହି ସ୍ଥାନରେ ହତ୍ୟା କରାଯାଇଥିଲା ସେହି ଘଟଣା ରେ ସମ୍ପୃକ୍ତ ଜୟ ପ୍ରଧାନ ଜେଲ ରହିଥିବା ବେଳେ ଆଜି ଜୟଙ୍କ ଭାଇ ଅଭି ପ୍ରଧାନଙ୍କୁ ହତ୍ୟା କରାଯାଇଛି। ଗୋଟିଏ ସ୍ଥାନରେ ଦୁଇ ଦୁଇଟି ହତ୍ୟା କରି ଅପରାଧିମାନେ ପୋଲିସ କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ଅପରାଧ ତତ୍ତ୍ୱ ମାନେ ପୋଲିସ ଉପରୁ ଭୟ ଉଠିଯିବା ଯୋଗୁଁ ଆଜି ଏଭଳି ପରିସ୍ଥିତି ଉପୁଜିଛି। ଗଞ୍ଜାମ ଜିଲ୍ଲାର ଦୁଇ ପୋଲିସ ଜିଲ୍ଲାରେ ଅପରାଧ ଗୋଷ୍ଠି ସକ୍ରିୟ ହୋଇଥିବା ଯୋଗୁଁ ଯେଉଁଠି ଚାହିଁବେ ସେଇଠି ମୁଣ୍ଡ ଗଡେଇ ଚାଲିଛନ୍ତି। ଗତ କିଛି ମାସ ହେଲା ହାଫ ସେଞ୍ଚୁରୀ ଅଧିକ ମୁଣ୍ଡ ଗଡ଼ିଲାଣି। ଆଗକୁ ପଞ୍ଚାୟତ ନିର୍ବାଚନ ରହିଛି। ସେଞ୍ଚୁରୀରୁ ଅଧିକ ମୁଣ୍ଡ ଗାଡ଼ିବାର ଆଭାସ ଏବେ ଠାରୁ ମିଳିଲାଣି। ମଦ, ବାଲି ବ୍ୟବସାୟକୁ ନେଇ ହତ୍ୟା କାଣ୍ଡ ଘଟିବା ସିଲସିଲା ଜାରି ରହିଥିବା ଯୋଗୁଁ ପୂର୍ବ ଶତ୍ରୁତା କୁ ଢାଲ କରି ପ୍ରତେକ ହତ୍ୟାକୁ ରୂପ ଦିଆଯାଉଥିବା ଚର୍ଚ୍ଚା ହେଲାଣି।

ad-week
Leave A Reply

Your email address will not be published.