
ସୁନ୍ଦରଗଡ଼ : ସ୍ବାମୀ ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ । ସୁନ୍ଦରଗଡ଼ ଟାଉନ ଥାନା ହରିଓଁ କଲୋନୀରେ ଘଟିଛି ଏପରି ହତ୍ୟାକାଣ୍ଡ । ସ୍ତ୍ରୀଙ୍କୁ ଅଟକ ରଖାଯାଇ ପଚରାଉଚରା କରୁଛି ପୋଲିସ ।
ସୂଚନାନୁଯାୟୀ, ପାରିବାରିକ କଳହକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଝଗଡ଼ା ଏତେ ପରିମାଣରେ ବଢିଯାଇଥିଲା ଯେ, ସେହି ସମୟରେ ସ୍ତ୍ରୀଜଣକ ସ୍ୱାମୀର ତଣ୍ଟି ଚିପି ହତ୍ୟା କରିଥିଲା ।
ହତ୍ୟା କରିବା ପରେ ସ୍ୱାମୀର ମୃତଦେହ ମେଡ଼ିକାଲ ନିଜେ ନେଇଥିଲା ସ୍ତ୍ରୀ । ହସ୍ପିଟାଲରେ ଏଭଳି ମାମଲା ଦେଖି ସଙ୍ଗେ ସଙ୍ଗେ ମେଡ଼ିକାଲ କର୍ମଚାରୀ ପୋଲିସକୁ ଖବର ଦେଇଥିଲେ । ସ୍ତ୍ରୀ ଉର୍ମିଳା କେରକେଟାଙ୍କୁ ଅଟକ ରଖାଯାଇ ପଚରାଉଚରା କରୁଛି ପୋଲିସ ।