ଜାତି ପ୍ରମାଣପତ୍ରରେ ଏଣିକି ହେବନି ‘ହରିଜନ’ ଶବ୍ଦର ବ୍ୟବହାର, ଏସ୍‌ସି/ ଏସଟି ଉନ୍ନୟନ ବିଭାଗର ଚିଠି

youtube

ଭୁବନେଶ୍ୱର : ସରକାରୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଯୋଗାଯୋଗରୁ ହଟିବ “ହରିଜନ” ଶବ୍ଦ । ଏଣିକି ଜାତି ପ୍ରମାଣପତ୍ର ଏବଂ ଅନୁସୂଚିତ ଜାତି ସମ୍ପର୍କରେ “ହରିଜନ” ଶବ୍ଦ ବ୍ୟବହାର ନ କରିବା ପାଇଁ ଜାରି ହେଲା ନିର୍ଦ୍ଦେଶାବଳୀ ।  ଏସ୍‌ସି/ ଏସଟି ଉନ୍ନୟନ ବିଭାଗ ପକ୍ଷରୁ ଏନେଇ ଚିଠି ଦିଆଯାଇଛି ।  ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଏବଂ କମିଶନର-କମ୍-ସଚିବମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ‘ହରିଜନ’ ଶବ୍ଦଟି କୌଣସି ସରକାରୀ ଯୋଗାଯୋଗ, ରେକର୍ଡ, କାରବାର, ଜାତି ପ୍ରମାଣପତ୍ର, ପ୍ରକାଶନ, ବିଭାଗୀୟ ନାମ କିମ୍ବା ଅନ୍ୟ କୌଣସି ପ୍ରକାରର ବ୍ୟବହାରରେ ଦେଖାଯିବ ନାହିଁ  ।

ଭାରତୀୟ ସମ୍ବିଧାନର ଧାରା ୩୪୧ ଅନୁଯାୟୀ ଅଧିସୂଚିତ ଅନୁସୂଚିତ ଜାତିର ବ୍ୟକ୍ତିମାନଙ୍କୁ ସୂଚିତ କରିବା ପାଇଁ କେବଳ ସାମ୍ବିଧାନିକ ଶବ୍ଦ ‘ଅନୁସୂଚିତ ଜାତି’ ବ୍ୟବହୃତ ହେବ ।  ‘ହରିଜନ’ ବଦଳରେ ‘ଅନୁସୂଚିତ ଜାତି’ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରେକର୍ଡ ପତ୍ରରେ ‘ଅନୁସୂଚିତ ଜାତି’ ଉଲ୍ଲେଖ ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି । ସମସ୍ତ ସରକାରୀ କାର୍ଯ୍ୟାଳୟରେ ଏହି ନିର୍ଦ୍ଦେଶ କଡା କଡ଼ି ପାଳନ ହେବ ।  ଏହି ପରିବର୍ତ୍ତନ ବିଷୟରେ କର୍ମଚାରୀମାନଙ୍କୁ ସୂଚନା ଦେବାକୁ ଏବଂ ସେହି ଅନୁସାରେ ବିଦ୍ୟମାନ ଡକ୍ୟୁମେଣ୍ଟ ଏବଂ ରେକର୍ଡଗୁଡ଼ିକୁ ଅପଡେଟ୍ କରିବାକୁ କର୍ତ୍ତୃପକ୍ଷଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.