ମେଟ୍ରୋ ପାଇଁ ନୂଆ ଢାଞ୍ଚାରେ ଗଠନ ହେବ ବୈଷୟିକ କମିଟି, ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ

youtube

ଭୁବନେଶ୍ୱର : ନୂଆ ଢ଼ାଞ୍ଚାରେ ଭୁବନେଶ୍ବରରେ ମେଟ୍ରୋ । କେନ୍ଦ୍ର ସରକାରଙ୍କ ସହଯୋଗରେ ହେବ ମେଟ୍ରୋ । ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ଗଠନ ହେବ ଟେକ୍ନିକାଲ କମିଟି । ଏହି କମିଟି ବିଭିନ୍ନ ସହରକୁ ଯାଇ ସ୍ଥିତି ଅନୁଧ୍ୟାନ କରିବ । ନୂଆ ଟ୍ରାକ ନେଇ କମିଟି ରିପୋର୍ଟ ଦେବ । ମେଟ୍ରୋ ପ୍ରକଳ୍ପ ନେଇ ମନ୍ତ୍ରୀ ସ୍ତରୀୟ ସବ କମିଟିର ଦ୍ଵିତୀୟ ବୈଠକରେ ନିଷ୍ପତ୍ତି ହୋଇଛି ।

ମେଟ୍ରୋ ପ୍ରକଳ୍ପ ନେଇ ମନ୍ତ୍ରୀସ୍ତରୀୟ ସବ୍‌ କମିଟିର ଦ୍ଵିତୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ବୈଠକରେ କମ୍ପ୍ରେହେନସିଭ ମୋବିଲିଟି ଯୋଜନା ତିଆରି ହୋଇଛି । କେଉଁ ଲାଇନରେ ଯିବ, କେଉଁ ଜାଗାରେ ପାର୍କିଙ୍ଗ ଅଞ୍ଚଳ ହେବ, ସେନେଇ ଟେକ୍ନିକାଲ କମିଟି ରିପୋର୍ଟ ଦେବ । ସାଧାରଣ ଲୋକଙ୍କ ମତାମତ ନିଆଯିବ । ପୁରୁଣା ପ୍ରକଳ୍ପ ଅନୁଯାୟୀ ରାସ୍ତାରେ ଟ୍ରାଫିକ୍ ଜାମ୍ ରହୁଛି । ଟେଷ୍ଟିଂ ବେଳେ କ’ଣ ଅବସ୍ଥା ହେଲା କେତେ ହଇରାଣ ହେବାକୁ ପଡିଲା । ମେଟ୍ରୋ କାମ ଚାଲିଥିଲେ ପୁରା ରାସ୍ତା ଠପ୍ ହୋଇଯାଇଥାନ୍ତା । ସେଥିପାଇଁ ନୂଆ ଟ୍ରାକ୍ ଯାହା ହେବ କମିଟି ରିପୋର୍ଟ ଦେବ ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.