
ଟିଟିଲାଗଡ : ଛାତ୍ରକୁ ଲହୁ ଲୁହାଣ କରି ମାଡ଼ ମାରି କାର୍ଯ୍ୟରୁ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷୟତ୍ରୀ । ଏପରି ଏକ ଘଟଣା ଘଟିଛି ଟିଟିଲାଗଡ଼ ଉପଖଣ୍ଡ ଅଧିନସ୍ତ ସଇଁତଳା ବ୍ଲକ ଟିକ୍ରାପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ।
ଗତ ୩୧ ତାରିଖ ଦିନ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ହେମାଞ୍ଜଳି ହୋତା ସ୍କୁଲର ୨ ଶ୍ରେଣ ର ଜଣେ ଛାତ୍ରକୁ ମାଡ଼ ମାରି ଲହୁ ଲୁହାଣ କରିଦେଇଥିଲେ । ତେବେ ଏ ନେଇ ପରେ ଛାତ୍ର ଓ ଅଭିଭାବକ ସଇଁତଳା ପୋଲିସ ଓ ପରେ ବଲାଙ୍ଗୀର ଏସପି ଓ ଜିଲ୍ଲାପାଳଙ୍କ ମଧ୍ଯ ଦ୍ବାରସ୍ଥ ହୋଇଥିଲେ । ତେବେ ଏହାକୁ ନେଇ ତଦନ୍ତ ହୋଇଥିବା ବେଳେ ଜିଲ୍ଲା ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ।