
ବାରଙ୍ଗ: ୨୪ ଘଣ୍ଟିଆ ସ୍ବାସ୍ଥ୍ୟ ସେବା ଦାବିରେ ୨୭୦ କିଲୋମିଟର ପଦଯାତ୍ରା । ଏଥିସହ ବିଭିନ୍ନ ଦାବି ନେଇ ଚାଲିଚାଲି ଦେବଗଡ଼ରୁ ଭୁବନେଶ୍ବର ଅଭିମୁଖେ ବାହାରିଛନ୍ତି ଯୁବକ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମସ୍ୟା ଜଣାଇବେ ଡେବଗଡର ଅର୍ଣ୍ଣବ ପଣ୍ଡା ।
ଗତ ୬ ତାରିଖରୁ ଦେବଗଡ଼ରୁ ବାହାରି ପ୍ରାୟ ୨୭୦ କିଲୋମିଟର ବାଟ ଅତିକ୍ରମ କରି ଗତକାଲି ବାରଙ୍ଗରେ ପହଞ୍ଚିଛନ୍ତି । ୧୨ ଦଫା ଦାବି ନେଇ ଚାଲି ଚାଲି ଆସିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପାଖକୁ । ହାତରେ ରହିଛି ଜାତୀୟ ପତାକା। ସ୍ବାସ୍ଥ୍ୟ ସେବା ଠାରୁ ଆରମ୍ଭ କରି ଶିକ୍ଷା, ଗମନାଗମନ, ମୋବାଇଲ ଟାୱାର, କ୍ରୀଡା, ବିସ୍ଥାପିତ, ଏନଏସି ମାନ୍ୟତା ଆଦି ବିଭିନ୍ନ ଦାବି ନେଇ ପଦଯାତ୍ରା ଜାରି ରଖିଛନ୍ତି ଅର୍ଣ୍ଣବ । ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରି ଜିଲ୍ଲାର ସମସ୍ୟା ଜଣାଇବା ସହ ଏହାର ସମାଧାନ ପାଇଁ ଆଲୋଚନା କରିବେ ବୋଲି କହିଛନ୍ତି । ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅଭିଯୋଗ ପରେ କୌଣସି ସୁଫଳ ନ ମିଳିବାରୁ ଶେଷରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ବାହାରିଛନ୍ତି ।