
ମାଲକାନଗିରି: ପୋଲିସ ଏନକାଉଣ୍ଟରରେ ଟଳିଲେ ଦୁଇ ଟପ କ୍ୟାଡର ମାଓବାଦୀ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ମାନପୁର ଜିଲ୍ଲାର ମଦନବାଡା ଜଙ୍ଗଲ ରେ ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ହୋଇଥିଲା । ଏଥିରେ ଜଣେ ସେଣ୍ଟ୍ରାଲ କ୍ୟାଡ଼ର ମାଓବାଦୀ ବିଜୟ ଏବଂ DVCM କ୍ୟାଡ଼ର ମାଓବାଦୀ ଲୋକେଶ ସଲାମେ ପୋଲିସ ଗୁଳିରେ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ଦୁଇଟି AK47 ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ପୋଲିସ।ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି ।
ସେହିପରି ଗତକାଲି ମିଳିତ ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ ବେଳେ ଏନକାଉଣ୍ଟରରେ ଟଳିଲା ଟପ୍ ମାଓ ନେତା ଏରିଆ କମାଣ୍ଡର ଅରୁଣ। ମାଓବାଦୀଙ୍କ ଟପ୍ କ୍ୟାଡ଼ର ନେତା ଆସନ୍ତା ଅଗଷ୍ଟ ୧୫ ରେ ଏକ ବଡ଼ ଧରଣର କାଣ୍ଡ କରିବା ପାଇଁ ଏକତ୍ରିତ ହୋଇଥିବା ସୂଚନା ମିଳିଥିଲା ।
ସୂଚନାକୁ ଆଧାର କରି ଚାଇବାସା ପୋଲିସ୍ ଓ ସିଆରପିଏଫ୍ ୨୦୯ ବାଟାଲିୟନ ପକ୍ଷରୁ ମିଳିତ ଭାବେ ସର୍ଚ୍ଚ ଅପରେସନ କରାଯାଇଥିଲା । ସେଠାରେ ପହଞ୍ଚିବା ପରେ ସରଣ୍ଡା ଜଙ୍ଗଲର ପୋଷେଇତା ଓ ତୁମ୍ବାଗୁଡା ଜଙ୍ଗଲରେ ମିଳିତ ସୁରକ୍ଷା ବାହିନୀର ଏନକାଉଣ୍ଟର ହୋଇଥିଲା ।