ଜଳିଗଲେ ମହିଳା, ଅବସ୍ଥା ସଙ୍କଟାପନ୍ନ

add-all

ପିପିଲି: ପିପିଲି ପୌରାଞ୍ଚଳରେ ଆଜି ସନ୍ଧ୍ୟ‌ାରେ ଏକ ଅଭାବନୀୟ ଘଟଣା ଘଟିଛି। ଠିଆ ହୋଇଥିବା ଅବସ୍ଥାରେ ଜଣେ ମହିଳା ଜଳି ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପିପିଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଥିବାରୁ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ବର କ୍ୟାପିଟାଲ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ ପିପିଲି ପୌରାଞ୍ଚଳର ଅର୍ଚ୍ଚନା ଦାସ (୩୨) ସ୍ଥାନୀୟ ଜୟପୁର ନିକଟ ନବୀନ ନିବାସରେ ଭଡ଼ା ଘରେ ରହୁଥିଲେ। ତାଙ୍କ ସ୍ବାମୀ ନରେଶ ଦାସ ସେଠାରେ ଏକ ଜିମ୍ କରିଛନ୍ତି। କେଉଁ କାରଣରୁ ଅର୍ଚ୍ଚନା ପୋଡ଼ି ହୋଇଗଲେ, ତାହା ଅସ୍ପଷ୍ଟ ରହିଛି। ତେବେ ଅର୍ଚ୍ଚନା ଘର ବାରଣ୍ତାରେ ଠିଆଠିଆ ଜଳୁଥିବା ବେଳେ ପଡୋଶୀ ନିଆଁ ଲିଭାଇ ଉଦ୍ଧାର କରିଥିଲେ। ଏ ସମ୍ପର୍କରେ ତାଙ୍କ ସ୍ବାମୀଙ୍କର କୌଣସି ପ୍ରତିକ୍ରିୟା ଜଣାପଡ଼ିନାହିଁ। ପୀଡ଼ିତାଙ୍କ ସହ ତାଙ୍କ ସ୍ବାମୀ ହସ୍ପିଟାଲ ଯାଇଥିବା ଦେଖାଯାଇଛି। ପିପିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।  ଖବର ଲେଖାଯିବା ସୁଦ୍ଧା ଏ ନେଇ ପୁଲିସ ପାଖରେ କୌଣସି ଅଭିଯୋଗ ହୋଇନଥିଲା।

ad-week
Leave A Reply

Your email address will not be published.