
ଅନୁଗୋଳ : ପୁଣି ମଞ୍ଚରେ ଜୀବନ୍ତ ସାପ । ଅପେରାରେ ପୁଣି ସାପ ଧରି ଅଭିନେତାଙ୍କ ଅଭିନୟ । ଅନୁଗୋଳ ସହର ଉପକଣ୍ଠ ନତଡ଼ାଗାଁରେ ଗତକାଲି ରାତିରେ ଏକ ଅପେରାରେ ନାଟକ ପରିବେଷଣର ଭିଡିଓ ଭାଇରାଲ ହେଉଛି । ଜୀବନ୍ତ ସାପ ସହ ଅଭିନୟ କରିଛନ୍ତି ଅଭିନେତା । ସାପଟି ବୋଡ଼ା ପ୍ରଜାତିର ବୋଲି କୁହାଯାଉଛି ।
ଯାତ୍ରା ମଞ୍ଚରେ ସାପ ସହ ଖେଳକୁ ଦର୍ଶକ ଖୁବ ଉପଭୋଗ କରିଥିବା ବେଳେ ଏହାକୁ ନେଇ ପ୍ରଶ୍ନ ଉଠିଛି । ଯାତ୍ରାରେ ଜୀବନ୍ତ ସାପ ପ୍ରଦର୍ଶନ ଆଇନ ବିରୋଧ । ଘଟଣାରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅନୁଗୋଳ ବନାଞ୍ଚଳ ଅଧିକାରୀ ହରମୋହନ ନାୟକ ।