ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଋତୁପର୍ଣ୍ଣା ପଣ୍ଡା ଓ ସ୍ବେତପର୍ଣ୍ଣା ପଣ୍ଡା,ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ଭାଗ ନେବେ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କଲେ ବ୍ୟାଡମିଣ୍ଟନ ତାରକା ଋତୁପର୍ଣ୍ଣା ପଣ୍ଡା ଓ ସ୍ବେତପର୍ଣ୍ଣା ପଣ୍ଡା । ପ୍ୟାରିସ ଅଭିଯାନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଦୁଇ ସଟଲର ଭଉଣୀ । ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ଅଗଷ୍ଟ ୨୫ରୁ ୩୧ ପର୍ଯ୍ୟନ୍ତ ପ୍ୟାରିସରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ଭାରତର ପ୍ରତିନିଧିତ୍ୱ କରିବେ ଦୁଇ ଭଉଣୀ ।
ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆଶୀର୍ବାଦ ଓ ଶୁଭେଛା ଜଣାଇଛନ୍ତି। ଆନ୍ତର୍ଜାତିକ ମଞ୍ଚରେ ସଫଳତା ହାସଲ କରିବାକୁ ଶୁଭ କାମନା କରିଛନ୍ତି । ପୂର୍ବରୁ ଏକାଧିକ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଡବଲସରେ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଦୁଇ ଭଉଣୀ ।