
ଅନୁଗୁଳ : ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ଘରେ ରେଡ୍ ବେଳେ ବିପୁଳ ସମ୍ପତ୍ତି ଠାବ । ସୁରେନ୍ଦ୍ରଙ୍କର ରହିଛି ୨ଟି ବହୁତଳ ଘର, ୨ଟି ଫ୍ଲାଟ ଓ ୪ଟି ମୂଲ୍ୟବାନ ପ୍ଲଟ ଠାବ ହୋଇଛି। ୩ଟି ଦୁଇ ଚକିଆ ଯାନ ଥିବା ଜଣାପଡିଛି । ଯାଞ୍ଚ ବେଳେ ଘର ଭିତରୁ ମିଳିଲା ନଗଦ ୧ ଲକ୍ଷ ୨୫ ହଜାର ଟଙ୍କା ।
ବ୍ୟାଙ୍କ ଜମା ଓ ଅନ୍ୟାନ୍ୟ ଜମା ନେଇ ଯାଞ୍ଚ ଜାରି ରହିଛି । ଘର ଗୁଡିକର ମୂଲ୍ୟ ଆକଳନ କରୁଛି ଭିଜିଲାନ୍ସ ଟେକନିକାଲ ଟିମ। ଆୟ ବହିର୍ଭୁତ ସମ୍ପତ୍ତିର ଯାଞ୍ଚ ଜାରି ରଖିଛି ଭିଜିଲାନ୍ସ । ଏକକାଳୀନ ୮ଟି ସ୍ଥାନରେ ଚାଲିଛି ଚଢାଉ । ଅନୁଗୁଳ, ଭୁବନେଶ୍ବର, ସୁନ୍ଦରଗଡ଼, ଗଞ୍ଜାମ ଓ ରାଉରକେଲାରେ ଚାଲିଛି ରେଡ୍ । ରେଡରେ ୩ଜଣ ଡିଏସପି, ୧୦ଜଣଇନିସପେକ୍ଟର, ୪ଜଣ ଏଏସଆଇ ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।
ଅଧିକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ । ସୁରେନ୍ଦ୍ରଙ୍କର ରହିଛି ୨ ଟି ବହୁତଳ ଘର, ୨ ଟି ଫ୍ଲାଟ, ୪ ଟି ମୂଲ୍ୟବାନ ପ୍ଲଟ, ନଗଦ ୧ ଲକ୍ଷ ୨୫ ହଜାର ଠାବ। ତିନୋଟି ଦୁଇ ଚକିଆ ଯାନ ଥିବା ଜଣାପଡିଛି। ବ୍ୟାଙ୍କ ଜମା ଓ ଅନ୍ୟାନ୍ୟ ଜମା ନେଇ ଯାଞ୍ଚ ଜାରି ରହିଛି। ଘର ଗୁଡିକର ମୂଲ୍ୟ ଆକଳନ କରୁଛି ଭିଜିଲାନ୍ସ ଟେକନିକାଲ ଟିମ ।