
ଭୁବନେଶ୍ୱର : ରଥଯାତ୍ରା ଓ ବାହୁଡ଼ା ଦର୍ଶନ ନେଇ ଆସିବ ମାର୍ଗଦର୍ଶିକା । ଆଜି ଭୁବନେଶ୍ୱରରେ ମୁଖ୍ୟ ଶାସନ ସଚିବଙ୍କ ଅଧକ୍ଷତାରେ ବସିବ ରଥଯାତ୍ରୀ ପରବର୍ତ୍ତୀ ସମୀକ୍ଷା ବୈଠକ । ରଥଯାତ୍ରା, ବାହୁଡ଼ା ସମେତ ଶ୍ରୀମନ୍ଦିରରେ ପାଳନ ହେଉଥିବା ଦୈନନ୍ଦିନ ନୀତିକାଠି ଓ ଉତ୍ସବ ପାଳନରେ ବିଶୃଙ୍ଖଳା ଦେଖାଦେଉଛି । ଠାକୁରଙ୍କ ଦର୍ଶନରେ ଶୃଙ୍ଖଳା ଆସିପାରୁନି । ଠେଲାପେଲା ଭିତରେ ଠାକୁର ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ଭିତରେ ଓ ବାହାରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହେଉଛି । ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ ସମସ୍ୟାର ସମାଧାନ ନେଇ ବୈଠକରେ ଆଲୋଚନା କରାଯିବ ।
ଚଳିତ ବର୍ଷ ରଥଯାତ୍ରା ଓ ବାହୁଡ଼ା ବେଳେ ଶରଧାବାଲି ଦଳାଚକଟାରେ ୩ ଜଣଙ୍କ ଜୀବନ ଯାଇଥିଲା । ଏହି ଘଟଣା ପରେ ସରକାର ଆଉ କଣ କଣ ଉତ୍ତମ ବ୍ୟବସ୍ଥା କରିବାକୁ ଯାଉଛନ୍ତି ସେନେଇ ଆଲୋଚନା କାରଯିବ । ବୈଠକରେ ପୁରୀ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଏବଂ ସ୍ୱାସ୍ଥ୍ୟ ବିଭାଗ ସଚିବ ଉପସ୍ଥିତ ରହିବେ ।