
ଛତ୍ରପୁର : ଜିଲ୍ଲା ଶିକ୍ଷା ବିଭାଗର ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟ୍ (DPMU) ର ବୈଠକ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ ସୁନୀଲ୍ କୁମାର କେର୍କେଟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଗଞ୍ଜାମ, ଖଲ୍ଲିକୋଟର ଅଧ୍ଯକ୍ଷ ଡ ସନ୍ତୋଷ କୁମାର ପରିଡା ଏହି ବୈଠକକୁ ଆବାହନ କରି ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ପିଲାଙ୍କୁ କିପରି ଶିକ୍ଷାଦାନ କରାଯାଇପାରିବ ତାହା ଉପରେ ଉପସ୍ଥିତ ପ୍ରଧାନ ଶିକ୍ଷକ/ପ୍ରଧାନ ଶିକ୍ଷୟିତ୍ରୀ, ବ୍ଲକ ଶିକ୍ଷା ଅଧିକାରୀ, ସି.ଆର୍.ସି.ସି. ତଥା ସମସ୍ତ ସଭ୍ୟମାନଙ୍କୁ ଉପସ୍ଥାପନା କରିବା ସହ ବୈଠକ ପରିଚାଳନା କରିଥିଲେ । ପିଲାମାନଙ୍କର ଭାଷା,ଗଣିତ ଜ୍ଞାନର ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ବିକାଶକୁ ଗୁରୁତ୍ବ ବିକାଶ କିପରି ହୋଇ ପାରିବ ତାହାହିଁ ଥିଲା ବୈଠକର ମୂଳ ଉଦ୍ଦେଶ୍ୟ । ପିଲାମାନଙ୍କୁ ଉତ୍ତମ ଶିକ୍ଷାଦାନ ନିମନ୍ତେ ନିପୁଣ ଓଡିଶା କାର୍ଯ୍ୟକାରୀ କରାଯାଇଛି । ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟକୁ ଉତ୍ତମ ଶିକ୍ଷାଦାନ ନିମନ୍ତେ ୨୮୮୫ ଜଣ ଶିକ୍ଷକଙ୍କୁ ତାଲିମ୍ ପ୍ରଦାନ କରାଯାଇ ୩୪୫୦ ଟି ହ୍ଯାଣ୍ଡ ବୁକ୍ ପ୍ରଦାନ କରାଯାଇଛି । ଛାତ୍ର ଛାତ୍ରୀଙ୍କ ନିମନ୍ତେ ୩୪୩୫୦ ଟି ଓ୍ବାର୍କବୁକ୍ ପ୍ରଦାନ କରାଯାଇଛି । ଶିକ୍ଷା ଉପକରଣ ଓ ସଂଖ୍ୟା ପରିଚୟ ଉପକରଣ କିଟ୍ ପ୍ରଦାନ କରାଯାଇଛି । ବ୍ଲକ୍ ସ୍ତରରେ ଓ କ୍ଲଷ୍ଚର ସ୍ତରରେ ନିୟମିତ ପ୍ରଫେସନାଲ ଲର୍ଣ୍ଣିଂ କମ୍ୟୁନିଟି ବୈଠକ କରି ଶିକ୍ଷାଦାନ କିପରି କରାଯାଉଛି ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ