
ଗୋପାଳପୁର : ରାଜ୍ୟ ବିପର୍ଯ୍ୟୟ ପରିଚାଳନା କତ୍ତୃପକ୍ଷ ସହଯୋଗରେ ଗଂଜାମ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କତ୍ତୃପକ୍ଷ ଆନୁକୂଲ୍ୟରେ ହିଲ ଭିୟୁ, ଗୋପାଳପୁର ରେ ୦୩ ଜିଲ୍ଲା ଯଥା ଗଂଜାମ, କନ୍ଧମାଳ ଓ ଗଜପତି ର ଗ୍ରାମ ପଂଚାୟତ ଉନ୍ନୟନ ଅଧିକାରୀଙ୍କୁ ନେଇ ୦୨ ଦିନିଆ ବିପର୍ଯ୍ୟୟ ପ୍ରଶମନ କର୍ମଶାଳା ଆୟୋଜିତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦେବଦତ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ, ବିପର୍ଯ୍ୟୟ ସମୟରେ ଶୁନ୍ୟ ସହନଶୀଳତା, ଶୁନ୍ୟ ଜୀବନହାନୀ ନୀତି ଅନୁଯାୟୀ କାର୍ଯ୍ୟ କଲେ ଅନେକ ଧନ ଜୀବନ ରକ୍ଷା କରାଯାଇପାରିବ ବୋଲି ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଆଗାମୀ ଦିନମାନଙ୍କରେ କୌଣସି ବିପର୍ଯ୍ୟୟର ସଫଳ ମୁକାବିଲା ନିମନ୍ତେ ଏହି ପ୍ରଶିକ୍ଷଣ ଶିବିର ଗ୍ରାମ ପଂଚାୟତ ଉନ୍ନୟନ ଅଧିକାରୀଙ୍କୁ ସହାୟକ ହେବ ବୋଲି, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ଅଭିଶେକ ସାହୁ କହିଥିଲେ । ପ୍ରଶିକ୍ଷଣ ଦେବା ନିମନ୍ତେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କତ୍ତୃପକ୍ଷ ରୁ ମେଘନାଦ ବେହେରା, ଆରଣ୍ୟକ ମିଶ୍ର ଏବଂ ସଙ୍ଗୀତା ଦାଶ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ଓ.ଏସ.ଡି.ଏମ.ଏ ର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ଦେବେନ୍ଦ୍ର ନାୟକ ପରିଚାଳନା କରିଥିଲେ।*