
ଭୁବନେଶ୍ବର : ରାଜଧାନୀରେ ଦୁର୍ଘଟଣା, ୨ ମୃତ। ଭୁବନେଶ୍ବର ରେଣ୍ଟାଲ କଲୋନୀ ଫାୟାର ଷ୍ଟେସନ ରୋଡରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଦୁଇ ଜଣ ବାଇକ ଆରୋହୀ ଭାରସାମ୍ୟ ହରାଇ ପ୍ରଥମେ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇଥିଲା । ପରେ ଗଛ ଓ କାରକୁ ଧକ୍କା ଦେଇଥିଲା । ଷ୍ଟୁଡିଓ ଛକରୁ ଫାୟର ଷ୍ଟେସନ୍ ଯିବା ବେଳେ କେ.ଭି. ୨ ପାଖରେ ଘଟିଛି ଦୁର୍ଘଟଣା । ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ମୃକମାନେ ହେଲେ ଦେବୀ ପ୍ରସାଦ ପରିଡା ଏବଂ ଅନ୍ଵେସ ସତ୍ୟଦର୍ଶନ ଦାସ । ଉଭୟ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ହୋଇଥିବା ସୂଚନା ମିଳିଛି ।
ସୂଚନା ଥାଉକି, ବିଳମ୍ୱିତ ରାତିରେ ଦୁଇ ଜଣ ଯୁବକ ହାଇ ସ୍ପିଡରେ ବାଇକ ଚଲାଇ ଯାଉଥିଲେ । ଷ୍ଟୁଡିଓ ଛକରୁ ଫାୟର ଷ୍ଟେସନ୍ ଯିବା ବେଳେ କେ.ଭି. ୨ ଭାରସାମ୍ୟ ହରାଇଥିଲା ଗାଡି । ସେହି ସମୟରେ ଗାଡିର ବେଗ ଅଧିକ ଥିବାରୁ ଇଲେକ୍ଟ୍ରିକ୍ ପୋଲ, ଗଛ ଓ ପାର୍କିଂରେ ଥିବା କାର୍ ସହ ପିଟି ହୋଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ଦୁଇଜଣଙ୍କ ମୃତ୍ୟୁ ହୋଇଛି ।