ଆସିକା ବିନାୟକ ବଜାର ପ୍ରତିଷ୍ଠିତ ସୁନା ଦୋକାନ ଉପରରେ ବାହାର ରାଜ୍ୟର ପୋଲିସ ର ଚଢ଼ାଉ….!

ଘଟଣା କୁ ଚପେଇ ଦେବାକୁ ଚାଲିଛି ଯୋଜନା…!!

add-all

ଚଢ଼ାଉ ପରେ ଦୋକାନ ବନ୍ଦ….!


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଠାରେ ଚୋରା ସୁନା କାରବାର ହେବାର ପୂର୍ବରୁ ନଜିର ରହିଛି। ବୁଧବାର ସନ୍ଧ୍ୟାରେ ଆସିକା ବିନାୟକ ବଜାର ଠାରେ ଥିବା ଭେଙ୍କେଟେଶ୍ୱର ସୁନା ଦୋକାନ ସାମ୍ନାରେ ବାହାର ଥାନାର ପୋଲିସ ର ଦୁଇଟି ଗାଡ଼ି ଆସି ପ୍ରାୟ ସାଢ଼େ ଦିନି ଘଣ୍ଟା ରହି ଫେରିଯାଇଥିବା ଦେଖିବାକୁ ମିଳିଛି। ଦୀର୍ଘ ଘଣ୍ଟା ବାହାର ଥାନାରେ ପୋଲିସ ଦୋକାନ ଭିତରେ ରହିବା ନେଇ ସହରରେ ଚର୍ଚ୍ଚା ଜୋର ଧରିଛି। ଚୋରକୁ ଧରାପଡିବା ପରେ ଚୋରା ସୁନା କ୍ରୟକୁ ନେଇ ଦୀର୍ଘ ସମୟ ଜେରା ପରେ ପୋଲିସ ଚାଲି ଯାଇଥିବା ଚର୍ଚ୍ଚା ହେଉଛି। ଆସିକା ଅଞ୍ଚଳର ପ୍ରତିଷ୍ଠିତ ସୁନା ଦୋକାନ ଉପରେ ଚଢ଼ାଉ ଆନ୍ଧ୍ରା ରାଜ୍ୟର ପୋଲିସ ଆସି ଚଢ଼ାଉ କରିବା ପରେ ଆଜି ଉକ୍ତ ଦୋକାନ ବନ୍ଦ ଥିବା ଯୋଗୁଁ ସହରରେ ନା ନା କଥା ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରକାଶ ଥାଉକି ଆସିକା ଅଞ୍ଚଳରେ ରାଜ୍ୟ ସମେତ ଅନ୍ୟ ରାଜ୍ୟର ଚୋରା ସୁନା ଶାଗ ମାଛ ଦରରେ କ୍ରୟ କରି ବହୁ ସୁନା ଦୋକାନୀ ଜେଲ ଯିବାର ପୂର୍ବରୁ ନଜିର ରହିଛି। ଦୀର୍ଘ ଦିନ ପରେ ଆସିକା ଅଞ୍ଚଳ କୁ ବାହାର ରାଜ୍ୟର ପୋଲିସ ଆସିବା ଦୀର୍ଘ ସମୟ ରହି ଚାଲିଯିବା ପରେ ମିଡ଼ିଆକୁ କୌଣସି ତଥ୍ୟ ମିଳିପାରି ନାହିଁ। ଏକ ବଡ଼ ଧରଣର ଚୋରୀ ସମ୍ପର୍କ ରେ ବାହାର ରାଜ୍ୟର ପୋଲିସ ଆସି ଚଢ଼ାଉ କରି ସର୍ଚ୍ଚ କରି ଯିବା ପରେ ଭୟର ବାତାବରଣ ଦେଖାଦେଇଛି।

ad-week
Leave A Reply

Your email address will not be published.