
ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରକୁ ୧୨୧ କିଲୋ ସୁନା ଅର୍ପଣ କରିଛନ୍ତି ଜଣେ ଶ୍ରଦ୍ଧାଳୁ । ଯାହାର ଦାମ୍ ୧୪୦ କୋଟି ବୋଲି ଜଣାପଡିଛି । ନିଜର ନାମ ଗୁପ୍ତ ରଖିଛନ୍ତି ଶ୍ରଦ୍ଧାଳୁ । ନିଜ ବ୍ୟବସାୟରେ ଉନ୍ନତି ହେବା ଯୋଗୁଁ ଭଗବାନଙ୍କୁ ଏହି ସୁନା ଅର୍ପଣ କରିଛନ୍ତି ଭକ୍ତ । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଏହା ଘୋଷଣା କରିଛନ୍ତି ।
ଭଗବାନ ଭେଙ୍କଟେଶ୍ୱର ସ୍ୱାମୀଙ୍କ ଜଣେ ଗୁପ୍ତ ଅନୁଗାମୀ ତାଙ୍କ ବ୍ୟବସାୟିକ ସଫଳତା ପାଇଁ କୃତଜ୍ଞତା ସ୍ୱରୂପ ପ୍ରାୟ ୧୪୦ କୋଟି ଟଙ୍କା ମୂଲ୍ୟର ୧୨୧ କିଲୋଗ୍ରାମ ସୁନା ଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ନାମ ଗୋପନ ରଖିବାକୁ ଅନୁରୋଧ କରିଛନ୍ତି ଏହି ଭକ୍ତ । ତାଙ୍କ କମ୍ପାନୀର ୬୦% ଷ୍ଟକ୍ ୧.୫ ବିଲିୟନ ଆମେରିକୀୟ ଡଲାର (ପ୍ରାୟ ୬,୦୦୦-୭,୦୦୦ କୋଟି ଟଙ୍କା) ରେ ବିକ୍ରି କରିଛନ୍ତି ଏବଂ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀଙ୍କ ଆଶୀର୍ବାଦକୁ ନିଜର ସମ୍ପତ୍ତି ଶ୍ରେୟ ଦେଇ କୃତଜ୍ଞତା ସ୍ୱରୂପ ଭଗବାନଙ୍କୁ ଦାନ କରିବାକୁ ବାଛିଛନ୍ତି ।
ନାଇଡୁ କହିଛନ୍ତି ଯେ, ଭକ୍ତ ଜଣକ ଏକ କମ୍ପାନୀ ଆରମ୍ଭ କରିବାକୁ ଚାହୁଁଥିଲେ । ଭଗବାନ ଭେଙ୍କଟେଶ୍ୱର ସ୍ୱାମୀଙ୍କ କ୍ପାରୁ ତାଙ୍କ କମ୍ପାନୀ ତିଆରି ହୋଇ ବଡ଼ ସଫଳତା ମଧ୍ୟ ହାସଲ କରିଛି । ତେଣୁ ନିଜ ଉନ୍ନତିର ଶ୍ରେୟ ଭଗବାନଙ୍କୁ ଦେଇଛନ୍ତି । ଆଉ ମନ୍ଦିରକୁ ୧୨୧ କିଲୋ ସୁନା ଅର୍ପଣ କରିଛନ୍ତି ।
ଭେଙ୍କଟେଶ୍ବର ସ୍ବାମୀ ମୂର୍ତ୍ତିକୁ ପ୍ରତିଦିନ ପ୍ରାୟ ୧୨୦ କିଲୋଗ୍ରାମ ସୁନା ଅଳଙ୍କାରରେ ସଜାଯାଇଥାଏ । ଯାହା ଭକ୍ତଙ୍କ ଜଣକ ଜାଣିବା ପରେ ୧୨୧ କିଲୋ ସୁନା ଅର୍ପଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମଙ୍ଗଳଗିରିରେ ‘ଦାରିଦ୍ର୍ୟ ଦୂରୀକରଣ’ କାର୍ଯ୍ୟକ୍ରମ P4 କୁ ସମ୍ବୋଧିତ କରିବା ସମୟରେ ମୁଖ୍ୟମନ୍ତ୍ରୀ ଏହି ଖବର ସେୟାର କରିଛନ୍ତି ।
ଭଗବାନ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିର ଆନ୍ଧ୍ରପ୍ରଦେଶର ତିରୁପତିରେ ରହିଛି । ଏହା ଦୁନିଆର ସବୁଠାରୁ ପ୍ରସିଦ୍ଧ ଏବଂ ଧନୀ ମନ୍ଦିର ମଧ୍ୟରେ ଅନ୍ତମ । ଏହି ମନ୍ଦିରରେ ଭଗବାନ ବିଷ୍ଣୁଙ୍କ ଅବତାର ଭେଙ୍କଟେଶ୍ବରଙ୍କୁ ସମର୍ପିତ । ପ୍ରତିବର୍ଷ ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତ ଦର୍ଶନ କରିବାକୁ ଆସନ୍ତି । ମନ୍ଦିରର ଭବ୍ୟତା, ଆଧ୍ୟାତ୍ମିକ ମହତ୍ତ୍ବ ଏବଂ ଦାନ ପରମ୍ପରା ପାଇଁ ବେଶ୍ ଜଣାଶୁଣା । ପ୍ରତିବର୍ଷ ଏହି ମନ୍ଦିରକୁ ଭକ୍ତ କୋଟି କୋଟି ଟଙ୍କା ସୁନା ରୁପା ଅର୍ପଣ କରନ୍ତି ।