ସାର କଳା ବଜାରୀ କରୁଛନ୍ତି ସିଆରସିସି ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନେବାକୁ କହିଲେ ଜିଲ୍ଲା କୃଷି ଅଧିକାରୀ

add-all

ମାଲକାନଗିରି, ୨୧।୮ ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ୟୁରିଆ ସାରର କଳା ବଜାରୀ, ଦିନ ଦ୍ଵିପ୍ରହରରେ ଜାତୀୟ ରାଜପଥ ଓ ଗ୍ରାମାଞ୍ଚଳ ରାସ୍ତାରେ ଟ୍ରକ ଟ୍ରକ ୟୁରିୟା ଚଢା ଦରରେ କଳା ବଜାରୀ ଭାବେ ବିକ୍ରି ହେଉଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ନିଆଯାଉ ନାହି ଠୋସ ପଦକ୍ଷେପ। ଏପରି ଅଭିଯୋଗ ପାଇ ବିଭାଗୀୟ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମଧ୍ୟ ନୀରବ ଦ୍ରଷ୍ଟା ଭାବେ ରହିଥିବା ବେଳେ କେବଳ କାରଣ ଦର୍ଶାଅ ନୋଟିସ ଜାରି କରି ଚୁପ ବସିଥିବା ଅଭିଯୋଗ ଆସିଛି। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲାରେ ବର୍ତ୍ତମାନ ଚାଷୀଙ୍କୁ ସଠିକ ଭାବେ ୟୁରିୟା ମିଳୁ ନଥିବା ଅଭିଯୋଗ ହୋଇଛି। ସରକାରୀ ନିୟମ ଅନୁଯାୟୀ ଚାଷୀଙ୍କୁ ସ୍ୱଳ୍ପ ଦରରେ ୟୁରିୟା ଯୋଗାଇବାକୁ ବ୍ୟବସ୍ତା ରହିଥିଲେ ମଧ୍ୟ ସରକାର ଉଚିତ ପରିମାଣର ୟୁରିୟା ଯୋଗାଇ ପାରୁନଥିବାରୁ ଏହାର କଳା ବଜାରୀ ବଢିବାରେ ଲାଗିଛି। ଜିଲ୍ଲା ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ପାଣ୍ଡରିପାଣି ନିକଟରେ ଥିବା ଏକ ସାର ଦୋକାନ ସମ୍ମୁଖରେ ଖୋଲାଖୋଲି ଭାବେ କାଳବଜାରୀ ହୋଇଥିବା ୟୁରିୟା ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ତେବେ ଅଧିକ ଚାଷୀ ୟୁରିୟା କ୍ରୟ କରିବାକୁ ଆସିବାରୁ ଜାତୀୟ ରାଜପଥ ଠାରୁ କିଛି ଦୂରକୁ ୟୁରିୟା ବୋଝେଇ ଟ୍ରକକୁ ନେଇ ଦୋକାନୀ ଚଢା ଦରରେ ଚାଷୀଙ୍କୁ ୟୁରିୟା ବିକ୍ରି କରୁଥିବା ଜଣା ପଡିଛି। ୟୁରିୟା ବିକ୍ରି ପାଇଁ ସରକାର ଅନେକ ନିୟମ କରିଥିବା ବେଳେ ଏହି ନିୟମକୁ ଫୁ କରି ଦୋକାନୀ ଜଣଙ୍କ ବେଧଡକ ଭାବେ ୟୁରିୟା ବିକ୍ରି କରୁଛନ୍ତି। ସବୁଠାରୁ ବଡ କଥା ହେଉଛି ରାସ୍ତା ଉପରେ ପ୍ରତି ୟୁରିୟା ବସ୍ତା ପିଛା ପ୍ରାୟ ୭୦୦ ଟଙ୍କା ଆଦାୟ କରି ୟୁରିୟା ବିକ୍ରି କରୁଥିବା ବ୍ୟକ୍ତି ଜଣଙ୍କ ନିଜେ ଜଣେ ସରକାରୀ ଅଧିକାରୀ। ନିଜ ସ୍ତ୍ରୀଙ୍କ ନାମରେ ସାର ଦୋକାନ ପାଇଁ ଲାଇସେନ୍ସ କରି ଏହି ବ୍ୟକ୍ତି ଜଣଙ୍କ ଏପରି କଳା ବଜାରୀ କରୁଥିବା ବେଳେ ସେ ମାଥିଲି ବ୍ଲକ ଶିକ୍ଷା ବିଭାଗରେ ଜଣେ ସିଆରସିସି ଭାବେ କାର୍ଯ୍ୟ କରୁଥିବା ଜଣା ପଡିଛି। ନିଜେ ଜଣେ ସରକାରୀ ଅଧିକାରୀ ହୋଇ କିପରି ସରକାରୀ ନିୟମକୁ ଖୋଲାଖୋଲି ଭାଗୁଛନ୍ତି ତାହା ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହୋଇଛି। ଅନ୍ୟପଟେ ଏହି ୟୁରିୟାର କଳା ବଜାରୀ ହେଉଥିବା ନେଇ କୃଷି ବିଭାଗର ଭୋଳାନାଥ ପୂଜାରୀ ଓ ଅନ୍ୟ ଜଣେ ଅଧିକାରୀ ଘଟଣା ସ୍ଥଳକୁ ଯାଇଥିଲେ ମଧ୍ୟ ତାଙ୍କ ସାମ୍ନାରେ ୟୁରିୟାର ଚଢା ଦରରେ ବିକ୍ରିୟ ହୋଇଥିଲା ଏବଂ ସେ ସେଠାରେ କୌଣସି ପଦକ୍ଷେପ ନେଇ ନଥିଲେ। ଏପରିକି ସେ କୌଣସି ସାର ବସ୍ତା କିମ୍ବା କୌଣସି ଗାଡି ଜବତ କରିବା ତ ଦୂରର କଥା ସେ ଉକ୍ତ ୟୁରିୟା ବିକ୍ରୟ କରୁଥିବା ବ୍ୟକ୍ତିଙ୍କ ସହ କଥା ବାର୍ତା ହୋଇ ତାଙ୍କୁ ଯିବାକୁ ଦେଇଥିଲେ। ଯାହାକି କଳା ବେପାରୀ ଓ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ସନ୍ଧେହ ସୃଷ୍ଟି କରୁଥିବା ବେଳେ ଏନେଇ ଆମେ ଶ୍ରୀ ପୂଜାରୀଙ୍କୁ ଯୋଗଯୋଗ କରିବାରୁ ସେ ଉକ୍ତ ଦୋକାନୀଙ୍କ ନାମରେ କାରଣ ଦର୍ଶାଅ ନୋଟିସ ଜାରି କରିଥିବା ପ୍ରକାଶ କରିଥିଲେ। ତେବେ ଏନେଇ ଆମେ ଜିଲ୍ଲା କୃଷି ଅଧିକାରୀ ମହେଶ କୁମାର ପାଢୀଙ୍କୁ ଯୋଗଯୋଗ କରିବାରୁ ସେ ପ୍ରକାଶ କରିଛନ୍ତି ଯେ ଉକ୍ତ ସାର ବ୍ୟବସାୟୀ ବେଆଇନ ଭାବେ ସାର ବିକ୍ରୟ କରୁଥିବା ହେତୁ ତାଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିବା ବେଳେ ୭ ଦିନ ମଧ୍ୟରେ ଏହାର ସନ୍ତୋଷ ଜନକ ଉତ୍ତର ନଦେଲେ ସେ ଉକ୍ତ ବ୍ୟବସାୟୀଙ୍କ ଲାଇସେନ୍ସ ରଦ୍ଦ କରିବେ। ଯଦି ଏଥିରେ ଆମ ବିଭାଗର କୌଣସି ଅଧିକାରୀଙ୍କ ସମ୍ପୃକ୍ତି ରହିଛି କିମ୍ବା କେହି ଯଦି ନିଜ ଦାଇତ୍ଵରେ ଅବହେଳା କରିଛନ୍ତି ତାହାର ତଦନ୍ତ କରି ଉଚିତ ପଦକ୍ଷେପ ନେବି ବୋଲି ଶ୍ରୀ ପାଢୀ ପ୍ରକାଶ କରିଛନ୍ତି। ତେବେ ଜଣେ ସିଆରସିସି ସାରର କଳା ବଜାରୀ କରୁଥିବା ନେଇ ଆମେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ସହ ଯୋଗାଯୋଗ କରିବାରୁ ସେ ପ୍ରକାଶ କରିଛନ୍ତି ଯେ ଏହା ଗ୍ରହଣୀୟ ନୁହେ, ଘଟଣା ବିଷୟରେ ତଦନ୍ତ କରି ପଦକ୍ଷେପ ନେବି ବୋଲି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.