
ଲମତାପୁଟ : ଗାଁ ପୋଖରୀରେ ବୁଡି ମା-ଝିଅଙ୍କ ମୃତ୍ୟୁ ଘଟିଛି । ଏଭଳି ଦୁଃଖଦ ଘଟଣା ଘଟିଛି ଲମତାପୁଟ ବ୍ଲକ କୁମାରଗନ୍ଧନା ପଞ୍ଚାୟତ ବାଲିଆ ଗାଁରେ । ଉଭୟ ମୃତକ ହେଲେ ନନ୍ଦପୁର ବ୍ଲକ ଅରଗଣ୍ଡା ଗାଁର ମା’ ନମିତା ମାଝୀ ଓ ଝିଅ ସୁମିତ୍ରା ମାଝୀ । ମା’ ନମିତା ଝିଅ ସୁମିତ୍ରାଙ୍କ ସହ ବାପା ଘରକୁ ବୁଲିବା ପାଇଁ ଆସିଥିଲେ । ଆଜି ଘରେ କାମ ସାରି ଗାଁ ପୋଖରୀରେ ଗାଧେଇବା ପାଇଁ ଉଭୟ ମା ଝିଅ ଯାଇଥିଲେ । ଏହି ସମୟରେ ଝିଅ ପୋଖରୀରେ ବୁଡି ଯାଉ ଥିବା ଦେଖି ମା ଝିଅକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ନିଜେ ମଧ୍ୟ ପୋଖରୀରେ ବୁଡି ଯାଇଥିଲେ । ଗାଁ ଲୋକେ ସଙ୍ଗେ ସଙ୍ଗେ ଘଟଣା ସମ୍ପର୍କରେ ନନ୍ଦପୁର ପୋଲିସକୁ ଖବର ଦେଇଥିଲେ । ନନ୍ଦପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।