
ପୁରୀ : ପୁରୀ ବଳିଆପଣ୍ଡା ଥାନା ଅନ୍ତର୍ଗତ ହୋଟେଲ ଷ୍ଟର୍ଲିଂ ମଙ୍ଗଳା ମୁହାଣ ନିକଟରେ ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସୂଚନା । ମୃତକ ବାସେଳିସାହି ଥାନପତି ଲେନ୍ ର ରାଜେଶ ଓଝା । ରଜେଶଙ୍କୁ ତାଙ୍କ ଅନ୍ତରଙ୍ଗ ବନ୍ଧୁ ଛୁରୀ ଭୁସି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ହତ୍ୟାକାଣ୍ଡର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ି ନଥିବାବେଳେ ବଳିଆପଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନବିନ୍ ଆରମ୍ଭ କରିଛି ।
ସୂଚନା ଅନୁସାରେ ରାଜେଶଙ୍କ ବନ୍ଧୁ ରଥଯାତ୍ରା ପୂର୍ବରୁ ତାଙ୍କୁ କାମ ପାଇଁ କୋଲକାତା ନେଇଥିଲେ । ଏହି କାମ ପାଇଁ ଧାର୍ଯ୍ୟ ହୋଇଥିବା ଟଙ୍କା ଦେଇ ନଥିବାରୁ ରାଜେଶ୍ ଓ ତାଙ୍କ ବନ୍ଧୁଙ୍କ ମଧ୍ୟରେ ଶତ୍ରୁତା ଉପୁଜିଥିଲା । ପ୍ରାପ୍ୟ ଟଙ୍କା ମାଗିବା କାରଣରୁ ତାଙ୍କ ବନ୍ଧୁ ତାଙ୍କୁ ଛୁରୀ ଭୁସି ହ ହତ୍ୟା କରିଥିବା ପ୍ରାଥମିକ ସୂଚନା ମିଳିଛି । ତେବେ ଏହି ହତ୍ୟାକାଣ୍ଡ ପଛରେ ଏକାକୀ ତାଙ୍କ ବନ୍ଧୁଙ୍କ ସଂପୃକ୍ତି ରହିଛି କି ଅନ୍ୟ କିଏ ସଂପୃକ୍ତ ଅଛି ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ । ଘଟଣାସ୍ଥଳରେ ବଳିଆପଣ୍ଡା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛନ୍ତି । ତେବେ ସେଠାରେ ରାଜେଶ୍ ଙ୍କୁ ହତ୍ୟା କରାଯାଇଛି କି ହତ୍ୟା କରି ସେଠାରେ ଫିଙ୍ଗି ଦିଆଯାଇଛି ତାହା ସ୍ପଷ୍ଟ ହୋଇ ନାହିଁ । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟ ପଠାଇବା ସହ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି ।