
କଟକ : ସିନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ। କଟକ CDMOର ସିନିୟର ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀଙ୍କ ଘରେ ଭିଜିଲାନ୍ସ ରେଡ୍ । ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଚାଲିଛି ଚଢାଉ । ଏକକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍ । ଏକ କୋଟି ୨୪ ଲକ୍ଷ ସରକାରୀ ଅର୍ଥ ଘୋଟଲା ଅଭିଯୋଗ ହୋଇଛି । କଟକ ଯୋବ୍ରା ନୂଆସାହିର ତିନି ମହଲା ଘର, ଚୌଦ୍ୱାର ପଳାଶିଆରେ ଥିବା ଘର ଓ କୁକୁଡ଼ା ଫାର୍ମରେ ଚଢ଼ାଉ ଚାଲିଛି ।
ସରକାରୀ କାର୍ଯ୍ୟାଳୟ ଅଫିସରେ ମଧ୍ୟ ରେଡ୍ କରାଯାଉଛି । ଦେଉଳ ସାହିରେ ଥିବା ଶ୍ୱଶୁର ଘରେ ଓ କିଶୋରନଗର ଉତ୍ତରକୂଳରେ ଥିବା ପୈତୃକ ଘରେ ମଧ୍ୟ ଚଢ଼ାଉ ଚାଲିଛି । ରେଡରେ ସାମିଲ ଅଛନ୍ତି ଭିଜିଲାନ୍ସର ୯ ଡିଏସପି, ୧୦ ଇନିସ୍ପେକ୍ଟର, ୭ ଏଏସଆଇ ଓ ଅନ୍ୟ କର୍ମଚାରୀ । କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ୱାରେଣ୍ଟ ବଳରେ ଚାଲିଛି ଏହି ଚଢ଼ାଉ ।