
ଭଦ୍ରକ : ଓଭରଟେକ ହେଲା କାଳ । ରାସ୍ତା ତଳକୁ ଖସିଲା ବସ୍ । ଅଳ୍ପକେ ବର୍ତ୍ତିଲେ ଶହେରୁ ଅଧିକ ଯାତ୍ରୀ । ବସଟି ଔପଦାରୁ ଭୁବନେଶ୍ବର ଯାଉଥିବାବେଳେ ଅଗରପଡ଼ା ବରପଦା ରାସ୍ତାର ଧୋବା ଗଡିଆ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିଲା । ତେବେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଯାତ୍ରୀମାନେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଥିଲେ । ଫଳରେ ବସରେ ଥିବା ଶହେରୁ ଅଧିକ ଯାତ୍ରୀ ଅଳ୍ପକେ ରକ୍ଷା ପାଇଯାଇଥିଲେ । ତେବେ ବସରେ ଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ଅନେକ ନିଜ ନିଜ ଘରକୁ ଫେରି ଯାଇଥିଲା ବେଳେ ଆଉ କେତେକ ବସରେ ଭୁବନେଶ୍ୱର ଯିବା ପାଇଁ ସେଠାରେ ରହିଛନ୍ତି । ଅଗରପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।