
ବଲାଙ୍ଗିର : ନାବାଳିକାର ତଣ୍ଟି କାଟିଲା ଯୁବକ । ତଣ୍ଟି କାଟି ଅଭିଯୁକ୍ତ ଫେରାର । ବଲାଙ୍ଗିର ସଦର ଥାନା ଅଞ୍ଚଳରୁ ଆସିଛି ଅଭିଯୋଗ । ନାବାଳିକାଙ୍କ ବେକକୁ ଧାରୁଆ ଅସ୍ତ୍ର ସାହାଯ୍ୟରେ କଟାଯାଇଛି । ବେକରେ ଜୋର ଆଘାତ ଲାଗିଛି । ନାବାଳିକାଙ୍କୁ ପରିବାର ଲୋକ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । ତଣ୍ଟି କାଟିବାର କାରଣ କଣ ତଦନ୍ତ କରି ଯୁବକକୁ ଗିରଫ କରିବା ପାଇଁ ଦାବି କରିଛନ୍ତି ପରିବାର ଲୋକ । ଯୁବକଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ସଦର ଥାନା ପୋଲିସ ତଦନ୍ତ ଜାରି ରଖିଛି ।