
କେନ୍ଦୁଝର : ସାରା ରାତି ବିଦ୍ୟାଳୟରେ ରହିଲେ ଦ୍ବିତୀୟ ଶ୍ରେଣୀ ଛାତ୍ରୀ। ବାହାରକୁ ଆସିବାକୁ ଚେଷ୍ଟା ବେଳେ ଝରକାରେ ଅଟକିଗଲା ମୁଣ୍ଡ। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅଞ୍ଜର ସରକାରୀ ବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି । ଗୁରୁତର ଛାତ୍ରୀଙ୍କୁ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତକାଲି ସ୍କୁଲ ଛୁଟି ପରେ କୌଣସି କାରଣରୁ ଭିତରେ ରହିଯାଇଥିଲେ ଛାତ୍ରୀ । ବାହାର ପଟୁ ତାଲା ପକାଇ ପଳାଇଥିଲେ ଶିକ୍ଷକ ଓ କର୍ମଚାରୀ । ଛାତ୍ରୀଙ୍କ ପରିବାର ସାରା ରାତି ଖୋଜାଖୋଜି କରିଥିଲେ ବି ପାଇନଥିଲେ । ଆଜି ସକାଳେ ସ୍କୁଲରୁ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ପୋଲସ । ବର୍ତ୍ତମାନ ଝିଅଟି ସୁସ୍ଥ ଥିବା ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।